Home ଓଡ଼ିଶା କ୍ୱାରେଣ୍ଟାଇନ କେନ୍ଦ୍ରରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ

କ୍ୱାରେଣ୍ଟାଇନ କେନ୍ଦ୍ରରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ

107

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୬-କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସଙ୍ଗରୋଧ କେନ୍ଦ୍ରମାନ ଖୋଲିଛନ୍ତି । ପ୍ରତି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନଙ୍କୁ ସୁବିଧାରେ ରଖିବା ପାଇଁ ପଂଚାୟତିରାଜ କର୍ମୀମାନେ କରୋନା ସଂକ୍ରମଣକୁ ଖାତିର ନକରି ସେମାନଙ୍କ ସେବାରେ ଲାଗିଛନ୍ତି । କିନ୍ତୁ କିଛି ପ୍ରବାସୀ ଓଡିଆ ଲୁଚିଛପି ସଙ୍ଗରୋଧ କେନ୍ଦ୍ରଛାଡି ପଳାୟନ କରୁଛନ୍ତି । ଯାହା ଫଳରେ ପଂଚାୟତରାଜ କର୍ମୀମାନଙ୍କର ଚିନ୍ତା ବଢିବାରେ ଲାଗିଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପିମ୍ପଲ ଗ୍ରାମ ପଂଚାୟତ ପିମ୍ପଲ ହାଇସ୍କୁଲ୍ ସଙ୍ଗରୋଧ କେନ୍ଦ୍ରରେ । ଶିଶିର କୁମାର ରାଉତ(୨୩) ନାମକ ଜଣେ ପ୍ରବାସୀ ଓଡିଆ ଯୁବକ ନିଖୋଜ ହୋଇଯାଇଛନ୍ତି ।

ଜୁନ୍ ୧୪ ତାରିଖ ଦିନ ୧୧ଟା ସମୟରୁ ଯୁବକ ଜଣକୁ ଖୋଜି ପାଉନାହାନ୍ତି । ଯୁବକ ଜଣକ ଘର ସେହି ପଂଚାୟତ କେନ୍ଦୁପଲ୍ଲୀ ଗ୍ରାମରେ । ଘରେ କେବଳ ଯୁବକଙ୍କ ମା ଥିଲେ । ପଂଚାୟତ କର୍ମଚାରୀ, ଯୁବକର ମା ଏବଂ ଗ୍ରାମବାସୀ ଗାଁ ଗଣ୍ଡା, ପାହାଡ ଜଙ୍ଗଲ ଖୋଜିବା ପରେ ଯୁବକଙ୍କ ପତ୍ତା ନ ପାଇବାରୁ ରଣପୁର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିବା ଜଣା ପଡିଛି । ଏ ସମ୍ପର୍କେ ପିମ୍ପଲ ଗ୍ରାମପଂଚାୟତ ନୋଡାଲ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.