Home ଜିଲ୍ଲା ପରିକ୍ରମା ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ

11

ପୁରୀ ୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ସେସୁ ମିଟର ରିଡ଼ିଙ୍ଗ୍ ଓ ବିଲ୍ କଲେକ୍ସନ ସଂଘ ପକ୍ଷରୁ ଆଜି ସେସୁ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ ସେସୁ ବିକ୍ରି ପରେ ଟିପିସିଓଡ଼ିଏଲ୍ ଦାୟିତ୍ୱ ନେବାପରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ, ଆଜି ପର୍ଯ୍ୟନ୍ତ ୧୯ ଜଣ ଛଟେଇ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ପୁନଃ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ବିଦ୍ୟୁତ୍ ବିଲ୍ ବଣ୍ଟନ ଓ ଆଦାୟ କରୁଥିବା କର୍ମଚାରୀଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦିଆଯାଉ ନାହିଁ କି ଫନି ଟଙ୍କା ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏହାର ପ୍ରତିବାଦରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ପୂରଣ ନହେଲେ ଆସନ୍ତା କାଲି ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତୀ ଦେବେ ବୋଲି ସଂଘ ସାଧାରଣ ସଂପାଦକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.