Home ଓଡ଼ିଶା ବିଧାୟିକା ସ୍ୱାମୀଙ୍କ ଦାଦାଗିରି ଘଟଣା ପ୍ରସଙ୍ଗ : ଆସନ୍ତାକାଲି ଘଟଣାର ସରଜମିନ ତଦନ୍ତ କରିବ ଉଚ୍ଚସ୍ତରୀୟ...

ବିଧାୟିକା ସ୍ୱାମୀଙ୍କ ଦାଦାଗିରି ଘଟଣା ପ୍ରସଙ୍ଗ : ଆସନ୍ତାକାଲି ଘଟଣାର ସରଜମିନ ତଦନ୍ତ କରିବ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ: ବିଜେପି

153

ଭୁବନେଶ୍ୱର, ୧୨/୧୦ (ଓଡ଼ିଆ ପୁଅ) : ବରୀ ବିଧାୟିକା ସୁନନ୍ଦା ଦାଶଙ୍କସ୍ୱାମୀ ଦେବେନ୍ଦ୍ର ଦାଶ ଓ ତାଙ୍କ ସହଯୋଗୀ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ସରପଂଚ ସନ୍ତୋଷ ସାମଲ ଓ ଅନ୍ୟ ଜଣେ ପ୍ରାକ୍ତନ ସମିତି ସଭ୍ୟ ମିଳିତ ଭାବେ ବରୀ ଥାନାର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ଜାତିଆଣ ଆକ୍ଷେପ ସହିତ ହତ୍ୟା ଧମକଦେଇଥିଲେ। ଏହି ଘଟଣାକୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ମାମଲା ରୁଜୁ ନକରି ନୀରବ ରହିଛି। ଅପରପକ୍ଷେ ଏହି ଘଟଣାକୁ ରଫାଦଫା କରିବାକୁ ଦଳିତ ହୋମଗାର୍ଡଙ୍କ ଉପରେ ଶାସକ ଦଳ ପକ୍ଷରୁ ଚାପ ପକାଯାଉଥିବା ସୂଚନା ମିଳିଛି। ଏହି ଘଟଣାର ସର ଜମିନ ତଦନ୍ତ କରିବା ପାଇଁ ରାଜ୍ୟ ବିଜେପିରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ବରି ବ୍ଲକ ଅତିରା ପଂଚାୟତ ଗସ୍ତର କରିବ।

ଏହି ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ବିଭୁ ତରାଇ, ସଂପାଦକ ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବବିତା ମଲ୍ଲିକ, ଅମୀୟ ମଲ୍ଲିକ, ଗୋବିନ୍ଦ ଦାସ ପ୍ରମୁଖ ଗସ୍ତ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.