Home ଓଡ଼ିଶା ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ୭୫ ତମ ଜାତୀୟ ପତାକା ଉତ୍ତୋଳନ

ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ୭୫ ତମ ଜାତୀୟ ପତାକା ଉତ୍ତୋଳନ

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୮-ନୟାଗଡ ଜିଲ୍ଲା ରଣପୁର ରେ ୭୫ ତମ ସ୍ୱାଧିନତା ଦିବସ ଅବସରରେ ରଣପୁର ସହିଦ୍ ରଘୁଦିବାକର ସ୍ମୃତି ମଣ୍ଡପ ନିକଟରେ କୋଭିଡ୍ କଟକଣା ଭିତରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଜଣାପଡିଛି । ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଜାତୀୟ ପତାକା ଉତ୍ତୋଳନ ରେ ଅଂଶ ଗ୍ରହଣ କରିବାକୁ ଦିଆଯାଇନଥିଲା । ସିମୀତ ସଂଖ୍ୟକ ପୁର୍ବତନ କାଉନ୍‌ସିଲର  , ବୁଦ୍ଧିଜୀବି ଓ ପୋଲିସ ବାହିନୀ କୁ ନେଇ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା ।

ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ବିଧାୟକ ପତାକା ଉତ୍ତୋଳନ ସମୟରେ ଗୋଡରୁ ଜୋତା ଖୋଲି ନଥିବା ଯୋଗୁଁ ଆଲୋଚନା ର ସରବ୍ୟ ହୋଇଥିଲେ । ସେହିଭଳି ଭାବରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ  ନୟାଗଡ ଜିଲ୍ଲା ସଭାପତି ରଣଜିତ୍ ଦାସ ଙ୍କ ଦ୍ୱାରା ରଣପୁର ପଶୁ ଡାକ୍ତରଖାନା ନିକଟ ପଡିଆ ରେ କଂଗ୍ରେସ କର୍ମୀ କୁ ନେଇ ପତାକା ଉତ୍ତୋଳ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.