Home କୋରାପୁଟ କୋଟିଆ ସୀମାନ୍ତରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେକ,ଆନ୍ଧ୍ରର ଅନୁପ୍ରବେଶ ଫେଲ

କୋଟିଆ ସୀମାନ୍ତରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେକ,ଆନ୍ଧ୍ରର ଅନୁପ୍ରବେଶ ଫେଲ

36

କୋରାପୁଟ ୧୬-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞରେ ଆନ୍ଧ୍ରର ନିଜସ୍ୱ ଭିତିଭୂମି ନାହିଁ. ଅନୁପ୍ରବେଶ କରି ଶିକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛି ।ପଂଚାୟତ ନିବ୭ାଚନ ମଧ୍ୟ କରିଥିଲା ।ଉକ୍ତ ନିର୍ବାଚନକୁ କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା ।ବିରୋଧ ସତ୍ୱେ ମଧ୍ୟ ନିର୍ବାଚନରେ ଭୋଟର ଅଂଶ ଗ୍ରହଣ କରି ଭୋଟ ପ୍ରଦାନ କରିଥିଲେ ।କୋଟିଆ ସୀମାନ୍ତର ଫାଟୁସେନେରୀ ଗ୍ରାମରେ ଆନ୍ଧ୍ରର କାର୍ଯ୍ୟକ୍ରମ ରହିଥିଲା ।ଏହାକୁ ଚେକ ଦେବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିଲା ।ସୀାମାନ୍ତ ଗ୍ରାମରେ ପୋଲିସ ଓ ମାଜିଷ୍ଟ୍ରେଟ ମୃତୟନ କରାଯାଇଥିଲା ।ଫାଟୁସେନେରୀ ସୀମାନ୍ତରେ ବ୍ୟାରିକେଡ ନିର୍ମାଣ କରାଯାଇ ଅନୁପ୍ରବେଶକୁ ଚେକ ଦିଆଯାଇଥିଲା ।ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି,ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ  ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି, କୋରାପୁଟ ବିଧାୟକ ରଘୁରାମ ପଡାଲ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ,ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ, ଜିଲ୍ଲା ବିଜୁ ମହିଳା ଦଳ ସଭାନେତ୍ରୀ ଲତା ରାୟ,କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ  ,କଂଗ୍ରେସ ନେତା କୃଷ୍ଣ କୁଲଦୀପ,ରମେଶ ବାଖ୍ୟା , ବିଜେଡି ନେତା ବାଲା ରାୟ ,ସୂର୍ଯ୍ୟ ନାରାୟଣ ରଥ , ରମାକାନ୍ତ ରାଉଳ , ରୀତା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନେକ ବିଜେଡି,କଂଗ୍ରେସ ଓ ବିଜେପି ନେତା ଏବଂ କର୍ମିମାନେ ଫାଟୁସେନେରୀ ଗ୍ରାମକୁ ଯାଇ ଆନ୍ଧ୍ର ବିରୁଦ୍ଧରେ ସ୍ଲୋଗାନମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ଏ ସମସ୍ତ ପ୍ରସ୍ତୁତିକୁ ଦେଖି ଆନ୍ଧ୍ରର ଅଧିକାରୀ କିମ୍ବା ରାଜନୈତିକ ଦଳ ନେତାମାନେ କାର୍ଯ୍ୟକ୍ରମ ବାତିଲ କରିଥିଲେ ।ଏଥର ପ୍ରଶାସନ ଆନ୍ଧ୍ରର ଅନୁପ୍ରବେଶକୁ ଚେକ ଦେବାରେ ସଫଳ ହୋଇଥିଲା ।ମାଟି ମାର ସୁରକ୍ଷା ପାଇଁ ଆମ୍ଭେ ସମସ୍ତେ ଏକାଠି ହେଉଛୁ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରିଥିଲେ ।ଯେଉଁ ଆନ୍ଧ୍ର ନିଜ କଡମା ପଂଚାୟତରେ ରାସ୍ତା କରିପାରୁ ନାହିଁ କିପରି ନିଜର ଭିତିଭୂମି ନ ଥିବା ଓଡିଶାରେ ଅନୁପ୍ରବେଶ କରୁଛି ତାହା ଅତ୍ୟନ୍ତ ଲଜ୍ୟାକର ଅଟେ ବୋଲି ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ ପ୍ରକାଶ କରିଛନ୍ତି ।କୋଟିଆ ବିବାଦର ସମାଧାନ ନିମନ୍ତେ ସର୍ବଦଳୀୟ କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରହୀ ସୂଚନା ଦେଇଛନ୍ତି ।ସୀମାନ୍ତକୁ ନେଇ ଯେଉଁ ବିବାଦ ରହିଛି ତାହା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଆନ୍ଧ୍ର ପ୍ରଶାସନ ସହ ଆଲୋଚନା କରାଯାଇଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ପଟ୍ଟାଙ୍ଗୀ ବିଡିଓ ଭେଦଭୂଷଣ ଆଇଏଏସ ,ତହସିଲଦାର ହରିପଦ ମଣ୍ଡଳ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ ଅନେକ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଓଡିଶା ସୀମା ଜଗିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.