Home ଓଡ଼ିଶା ରଣପୁର ରେ ନବମ ଶ୍ରେଣୀ ଗୃହରେ ସାମାଜିକ ଦୁରତ୍ୱ ର ଅଭାବ

ରଣପୁର ରେ ନବମ ଶ୍ରେଣୀ ଗୃହରେ ସାମାଜିକ ଦୁରତ୍ୱ ର ଅଭାବ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୮- ସାରା ଓଡିଶା ରେ କରୋନା ଦ୍ୱିତୀୟ ଲହର କମିବାକୁ ବସିଥିବା ବେଳେ ତୃତୀୟ ଲହର ଆସୁଥିବା ନେଇ ସତର୍କତା ଅବଲମ୍ବନ କୁ ପ୍ରାଧାନ୍ୟ ଦିଆଯାଉଛି । ଶିକ୍ଷା ବ୍ୟବସ୍ଥା ତାଲା ବନ୍ଦ ଯୋଗୁଁ ଭୁଷୁଡିବା ଅବସ୍ଥା  । ସରକାର ଧିରେ ଧିରେ ତାଲା ବନ୍ଦ ଖୋଲିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଅଗଷ୍ଟ ୧୬ ତାରିଖ ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀ ଅଫ୍ ଲାଇନ୍ ପାଠପଢା ଆରମ୍ଭ ହୋଇଛି । କିନ୍ତୁ କେତେକ ଯାଗା ରେ ସାମାଜିକ ଦୁରତ୍ୱ ନଥିବା ଦେଖିବାକୁ ମିଳୁଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ ୪୨ ଗୋଟି ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ନବମ ଶ୍ରେଣି ପାଠପଢା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ସେମଧ୍ୟରୁ ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ରେ ପିଲାମାନଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଥିବା ବେଳେ ସାମାଜିକ ଦୁରତ୍ୱ ର ଅଭାବ ଦେଖିବାକୁ ମିଳିଥିଲା । ଏ ସର୍ମ୍ପକେ ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ ମୋର ଅସୁସ୍ଥତା ଯୋଗୁଁ  ମୁଁ ଛୁଟିରେ ରହିଅଛି ।

୨୬୦ ଛାତ୍ର ଛାତ୍ରୀ କୋଭିଡ୍ କଟକଣା ଭିତରେ ଅଫ୍ ଲାଇନ୍ ରେ ପାଠ ପଢୁଛନ୍ତି । ତେଣୁ ଶ୍ରେଣୀ ଗୃହର ଅଭାବ ରହିଛି । ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ୨୬୭ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ତାଙ୍କ ପାଇଁ ୪ ଗୋଟି ଉପବିଭାଗ କରାଯାଇଥିଲା । ସାମାଜିକ ଦୁରତ୍ୱ ପାଇଁ ଅଧିକ ଉପବିଭାଗ କରିବାକୁ ପଡିବ । ପ୍ରଥମ ଦିନ କେତେ ପିଲା ସ୍କୁଲ କୁ ଆସୁଛନ୍ତି ତାହା ଅଟକଳ କରିହେଲା ନାହିଁ । ମୁଁ ଛୁଟିରୁ ଫେରିଲେ  ସେ ସବୁ ର ତଦାରଖ କରିବି । ଏ ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉଚ୍ଚ ବିଦ୍ୟାଳୟ ସର୍ମ୍ପକ ରେ ବିଶେଷ ତଥ୍ୟ ଆମ ପାଖରେ ନାହିଁ । କି ଉଚ୍ଚ ବିଦ୍ୟାଳୟ କୁ ମନଇଚ୍ଛା  ପରିଦର୍ଶନ କରିବା ଆମ ପାଖରେ କ୍ଷମତା ନାହିଁ । ଆପଣ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପଚାରନ୍ତୁ । ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୁ ପକ୍ଷ ସାମାଜିକ ଦୁରତ୍ୱ ପ୍ରତି ଧ୍ୟାନ ଦେବାପାଇଁ ବୁଦ୍ଧିଜୀବି ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.