Home ଓଡ଼ିଶା ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ କର୍ମୀ ସମ୍ମିଳନୀ

ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ କର୍ମୀ ସମ୍ମିଳନୀ

55

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୧୦- ବିଜୁ ଜନତା ଦଳ ର ଗାନ୍ଧୀ ଜୟନ୍ତୀ ଗାଁ କୁ ଚାଲ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଅକ୍ଟୋବର ୧୦ ତାରିଖ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ  ଗୈାରାଙ୍ଗପୁର ଗ୍ରାମ ପଞ୍ଚାୟତ ରେ ପଦଯାତ୍ରା କରିଥିବା ଜଣାପଡିଛି । ଏହି ପଦଯାତ୍ରା ଯଦୁପୁର ଠାରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ ପରିକ୍ରମା କରାଯାଇଥିଲା । ଶେଷ ରେ ବିଲ ଗାଡିଆ ଠାରେ ଏକ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । କର୍ମୀ ମାନଙ୍କ ଉପସ୍ଥିତି ରେ ବିଗତ ୫ ବର୍ଷ ର ଉନ୍ନୟନ କାର୍ଯ୍ୟ ର ସମୀକ୍ଷା  କରାଯାଇଥିଲା ।

ଏହି ପଦଯାତ୍ରା ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଦାନ ଙ୍କ ସହିତ ମହିଳା ସଭାପତି ନର୍ମଦା ରାୟ , ସରପଞ୍ଚ  ରୀନାରାଣୀ ପ୍ରଧାନ ,  କିଶୋର ଚନ୍ଦ୍ର ପଟ୍ଟନାୟକ , ବୃନ୍ଦାବନ ମହାନ୍ତି , ସମିତି ସଭ୍ୟ ଦିଲ୍ଲିପ କୁମାର ସାହୁ ଙ୍କ ସହ ୫୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରାଯିବା ପରେ ଯେଉଁ କାର୍ଯ୍ୟ ବାକି ରହିଯାଇଛି ତୁରନ୍ତ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିବା ଜଣାପଡିଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳୀୟ ପ୍ରାର୍ଥି ଙ୍କୁ  ଯିତାଇବେ ବୋଲି ସମସ୍ତ ଉପସ୍ଥିତ କର୍ମୀ ପ୍ରତିଶୃତି ବଦ୍ଧ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.