Home ଓଡ଼ିଶା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଉପେକ୍ଷା, ଚିଠା ସଂରକ୍ଷଣ ତାଲିକା କୁ ନେଇ ଓବିସି...

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଉପେକ୍ଷା, ଚିଠା ସଂରକ୍ଷଣ ତାଲିକା କୁ ନେଇ ଓବିସି ମଞ୍ଚର ଅସନ୍ତୋଷ

124

ସମ୍ବଲପୁର, ୧୦/୧୦ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ୨୦୨୨ ପଂଚାୟତ ନିର୍ବାଚନ ପାଇଁ ବହୁ ପ୍ରତିକ୍ଷୀତ ଚିଠା ସଂରକ୍ଷଣ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ସମିତି ଅଧକ୍ଷ ଓ ଜ଼ିଲ୍ଲା ପରିଷଦ ସଦସ୍ୟ ପାଇଁ ଏହି ତାଲିକା ପ୍ରକାଶ ପାଇଛି। ତେବେ ସମ୍ବଲପୁର ଜ଼ିଲ୍ଲାରେ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାକୁ ନେଇ ଓବିସି ମଞ୍ଚ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓବିସି ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁ ପ୍ରତିକ୍ରିୟା ପ୍ରକାଶ କରି ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଙ୍କ ପ୍ରତି ଅଣଦେଖା କରିଥିବା ପ୍ରକାଶ କରିଛନ୍ତି। ପଛୁଆବର୍ଗ ଲୋକଙ୍କୁ ସରକାରଙ୍କ ଅଣଦେଖାର ଏକ ସ୍ପଷ୍ଟ ଚିତ୍ର ସମ୍ବଲପୁର ଜ଼ିଲ୍ଲାରେ ପ୍ରକାଶ ପାଇଥିବା ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକାରେ ଦେଖିବାକୁ ମିଳିଥିବା ଶ୍ରୀ ସାହୁ ଅଭିଯୋଗ କରି ଜ଼ିଲ୍ଲାରେ ରହିଥିବା ୧୮ ଗୋଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ଗୋଟିଏ ଆସନ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ କରା ନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ଅଭିହିତ କରିଛନ୍ତି। ଏହା ସହିତ ଜ଼ିଲ୍ଲାର ୯ ଗୋଟି ବ୍ଲକ ଅନ୍ତର୍ଗତ ୧୩୮ ଟି ଗ୍ରାମ ପଂଚାୟତରେ ସରପଞ୍ଚ ଆସନ ପାଇଁ କେବଳ ୩ ଟି ଆସନ ନାକଟିଦେଉଳ ବ୍ଲକ ଗୁଗୁଆ ପଂଚାୟତ ଆସନ ପଛୁଆବର୍ଗ (ମହିଳା), ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଂଚାୟତ ଆସନ ପଛୁଆବର୍ଗ (ମହିଳା) ଏବଂ ବଡ଼ବାହାଲ ପଂଚାୟତ ପଛୁଆବର୍ଗ ଙ୍କ ପାଇଁ ସଂରକ୍ଷିତ ରହିଛି। ଠିକ ସେହିପରି ୧୩୮ ଟି ଗ୍ରାମ ପଂଚାୟତରେ ସମିତି ସଭ୍ୟ ଆସନ ପାଇଁ କେବଳ ୨ ଟି ଆସନ ରେଢ଼ାଖୋଲ ବ୍ଲକ ବଂଶଜାଳ ପଂଚାୟତ ଆସନ ପଛୁଆ ବର୍ଗ ଏବଂ ବଡ଼ବାହାଲ ପଂଚାୟତ ଆସନ ପଛୁଆ ବର୍ଗ (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଜ଼ିଲ୍ଲାର ୯ ଗୋଟି ପଂଚାୟତ ସମିତି (ବ୍ଲକ) ଅଧକ୍ଷ ଆସନ ମଧ୍ୟରୁ ଗୋଟିଏ ଆସନ ମଧ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇ ନାହିଁ। ଜ଼ିଲ୍ଲାରେ ରହିଥିବା ୧୩୨୨ ଟି ଗ୍ରାମର ୧୭୪୩ ଗୋଟି ୱାର୍ଡ ସଭ୍ୟ ଆସନ ରେ ମାତ୍ର ୩୬ ଗୋଟି ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହି ୩୬ ଆସନ ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ୧୨ ଏବଂ ୨୪ ଗୋଟି ଆସନ ପଛୁଆବର୍ଗ (ମହିଳା) ମାନଙ୍କ ପାଇଁ ସଂରକ୍ଷଣ ରହିଛି। ପଛୁଆ ବର୍ଗରେ ଥିବା ଲୋକମାନଙ୍କ ପ୍ରତି ସରକାର ଦୀର୍ଘ ବର୍ଷରୁ ଅଣ ଦେଖା କରିଚାଲିଛନ୍ତି। ସମ୍ବିଧାନରେ ଓବିସି ଲୋକଙ୍କ ନିଯୁକ୍ତି, ଶିକ୍ଷା, ରାଜନୀତି, ଆଦି ବିଭିନ୍ନ କ୍ଷେତ୍ରରେ ୨୭ %ସ୍ଥାନ ସଂରକ୍ଷଣ ଥିବା ବେଳେ ସରକାର ଅଣଦେଖା କରୁଛନ୍ତି। ସରକାରୀ କଟକଣା ଆଳ ଦେଖାଇ ୫୨% ପ୍ରତିଶତ ଲୋକଙ୍କୁ ୨୭% ପ୍ରତିଶତ ସଂରକ୍ଷଣ ଦିଆନ ଯିବା ଓବିସି ମାନଙ୍କୁ ସାମ୍ବିଧାନିକ ଅଧିକାରକୁ ବଞ୍ଚିତ କରାଯାଉ ଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.