Home ଓଡ଼ିଶା ଷ୍ଟାର୍ଟ୍ ଅପ୍ ମାନଙ୍କ ନିମନ୍ତେ ଆୟୋଜିତ ଏକ ଉଦ୍ୟମିତା ପ୍ରତିଯୋଗିତା

ଷ୍ଟାର୍ଟ୍ ଅପ୍ ମାନଙ୍କ ନିମନ୍ତେ ଆୟୋଜିତ ଏକ ଉଦ୍ୟମିତା ପ୍ରତିଯୋଗିତା

112

ମାଇଁ ସିଟି ଲିଙ୍କସ୍ ପକ୍ଷରୁ ଉଦ୍ୟମକ୍ୟୁ ଆୟୋଜିତ

ଭୁବନେଶ୍ୱର, ୨୪ ଜୁନ୍ ୨୦୧୯ (ଓଡ଼ିଆ ପୁଅ) : ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ୍ ଅପ୍ ଜୈବ ସମାଜ ସହିତ ଯୋଡିବା ଏବଂ ସେମାନଙ୍କୁ ଉଦ୍ୟମିତା ଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଜାଗରୁକ କରିବାର ସୂତ୍ରପାତରେ ଭୁବନେଶ୍ୱର ସ୍ଥିତ ସମ୍ବାଦପତ୍ର ଅନୁଷ୍ଠାନ ମାଇଁ ସିଟି ଲିଙ୍କସ୍ ତରଫରୁ ଷ୍ଟାର୍ଟ୍ ଅପ୍ ଓଡିଶା ସହଭାଗୀତାରେ ଷ୍ଟାର୍ଟ୍ ଅପ୍ ମାନଙ୍କ ନିମନ୍ତେ ଏକ ଉଦ୍ୟମିତା ପ୍ରତିଯୋଗିତା ସହରସ୍ଥିତ ହୋଟେଲ କ୍ରାଉନ୍ ଠାରେ ଚଳିତ ମାସ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।

ଷ୍ଟାର୍ଟ୍ ଅପ୍ ଓଡିଶାର ମୁଖ୍ୟ ପରିଚାଳନା ଅଧିକାରୀ, ଟାଇ ଭୁବନେଶ୍ୱରର ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଟାଇ ଭୁବନେଶ୍ୱରର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱସ୍ତି ମିଶ୍ର, ଚାଟର ସଦସ୍ୟ ଶ୍ରୀମତୀ ଅନନ୍ଦା ପାଢୀ ଏବଂ ପିଏନ୍ ଭି ଗ୍ରୁପ୍ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସତ୍ୟବ୍ରତ ସାନୁ ରଥ ଏହି ଜ୍ଞାନଭିତିକ ଉଦ୍ୟମିତା ପ୍ରତିଯୋଗିତାକୁ ରାଜ୍ୟରେ ଥିବା ଯୁବ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗୀ, ଟାଇ ଭୁବନେଶ୍ୱରର କର୍ମକର୍ତା, ଷ୍ଟାର୍ଟ୍ ଅପ୍ ଓଡିଶାର ସଦସ୍ୟ, ଉଦ୍ୟୋଗୀ ଏବଂ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କର ସଦୟ ଉପସ୍ଥିତିରେ ଉଦ୍ ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀଯୁକ୍ତ ରଥ ଓଡିଶାରେ ଷ୍ଟାର୍ଟ୍ ଅପ୍ ଜୈବ ସମାଜକୁ ଋଦ୍ଧିମନ୍ତ କରିବା ପାଇଁ ଆୟୋଜିତ ଏତାଦୃଶ ବୈପ୍ଳବିକ ସୂତ୍ରପାତ ନିମନ୍ତେ ମାଇଁ ସିଟି ଲିଙ୍କସ୍ କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି ଏକ ଜ୍ଞାନଭିତିକ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଯୁବ ଏବଂ ଅଭିନବ ଷ୍ଟାର୍ଟ୍ ଅପ୍ ଉଦ୍ୟୋଗୀମାନଙ୍କୁ ଉଦ୍ୟମିତା କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହିତ କରିବ। ଜ୍ଞାନର ଆବଂଟନ ଦ୍ୱାରା ଷ୍ଟାର୍ଟ୍ ଅପ୍ ଉଦ୍ୟୋଗୀମାନଙ୍କୁ ଉଦ୍ୟମିତା କ୍ଷେତ୍ରରେ ଏକ ଦୀର୍ଘମିଆଦୀ ଲାଭ ମିଳିପାରିବ।

ଏତାଦୃଶ ଜ୍ଞାନଭିତିକ ପ୍ରତିଯୋଗିତା ଦୁଇଟି ରାଉଣ୍ଡରେ ପର୍ଯ୍ୟବେଷିତ ଥିଲା, ପ୍ରଥମଟି ପ୍ରାରମ୍ଭିକ ଲିଖିତ ରାଉଣ୍ଡ ଏବଂ ଦ୍ୱିତୀୟଟି ଶେଷ ରାଉଣ୍ଡ। ଷ୍ଟାର୍ଟ୍ ଅପ୍ ଏବଂ ଉଦ୍ୟୋଗୀମାନଙ୍କର ୩୦ ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭିକ ଲିଖିତ ରାଉଣ୍ଡ ପରେ ୪ ଗୋଟି ଦଳ ଶେଷ ପର୍ଯ୍ୟାୟକୁ ପ୍ରବେଶ କରିଥିଲେ। ସେଥିମଧ୍ୟରୁ ଫାଷ୍ଟ୍ ଟେକ୍ ଫ୍ୟାଶନ୍ସ୍ ର ଅଭିଷେକ ପାତ୍ର ଓ ଅଭିଜିତ୍ ସାହୁଙ୍କ ଦଳ ଚମ୍ପିଆନ ଟ୍ରଫି ହାସଲ କରିଥିବା ବେଳେ ଛାତ୍ରୀ ରୋନେଶା ଦାଶ ଓ ଅଙ୍କିତ୍ ସିଂହଙ୍କ ଦଳ ପ୍ରଥମ ଉପ ବିଜେତା ପୁରସ୍କାର ହାସଲ କରିଥିଲା। ଉତ୍କଳ ଅମ୍ରିତାର ଅମ୍ରିତା ସାବତ୍ ଓ ଡଃ ଅନୀତା ସାବତ୍ ଯଥାକ୍ରମେ ଦ୍ୱିତୀୟ ଏବଂ ଏ ସ୍ୟୋମା ରାଓ ଓ ରାହୁଲ ଜେନା ତୃତୀୟ ଉପ ବିଜେତା ପୁରସ୍କାର ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ଷ୍ଟାର୍ଟ୍ ଅପ୍ ଜୈବ ସମାଜ ସହିତ ସାମାଜିକ ସମ୍ପର୍କ ସ୍ଥାପନ କରିବା ଏବଂ ଉଦ୍ୟମ୍ ଆଲାଏନ୍ସ୍ ର ଏକ ବର୍ଷର ସଦସ୍ୟତା ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅର୍ଥ ରାଶି ଏବଂ ଗିଫ୍ଟ୍ ଭାଉଚର୍ ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଥିଲା। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ଔଦ୍ୟୋଗିକ ଜ୍ଞାନକୁ ପରିପକ୍ୱ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଉଚ୍ଚକୋଟୀର ବ୍ୟଙ୍ଗ ପ୍ରଦର୍ଶନ, ସଫଳ ଉଦ୍ୟୋଗୀମାନଙ୍କର କଥୋପକଥନ ଏବଂ ବି୨ବି ଓ ବି୨ଜି ବୈଠକ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.