Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା କଲ୍ୟାଣୀ ସେବାସମବାୟ ସମିତିର ନୂତନ ଗୃହ ଉଦଘାଟନ

ବିଧାୟକଙ୍କ ଦ୍ୱାରା କଲ୍ୟାଣୀ ସେବାସମବାୟ ସମିତିର ନୂତନ ଗୃହ ଉଦଘାଟନ

60

ବାହାନଗା,୧୭ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଭିଭକ୍ତ କଲ୍ୟାଣୀ ପଞ୍ଚାୟତର କଲ୍ୟାଣୀ ଠାରେ ଥିବା ସେବା ସମବାୟ ସମିତିର ନୂତନ ଗୃହର ଗୃହ ପ୍ରବେଶ ଉତ୍ସବ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ କରକମଳରେ ହୋଇ ଯାଇଛି । ଏହାର ବ୍ୟୟର ମୂଲ୍ୟ ୫ଲକ୍ଷ ଟଙ୍କା ହୋଇ ଥିବାର ଜଣାପଡ଼ିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ନୀଳାମ୍ବର ମହାଳିକ, ଶାଖା ପରିଚାଳକ ଯଦୁନାଥ ସ,ବୋର୍ଡ଼ର ସଭାପତି ଡା. ଆଲୋକ କୁମାର ଦାସ, ସମ୍ପାଦକ ବିଜୟ କୁମାର ରଥ,ସଭ୍ୟ ସୁକାନ୍ତି ବେହେରା, ନରେନ୍ଦ୍ର ପାଲ, ମହେନ୍ଦ୍ର ମହାକୁଡ଼, ପ୍ରଫୁଲ୍ଲ ବିଶ୍ୱାଳ, ମଣିଭଦ୍ର ମହାଳିକ, ମୂରଲିଧର ମଳିକ, ସୁବ୍ରତ କୁମାର ଦାସ, ଜଗଦାନନ୍ଦ ସାହୁ, ଜଗତ ଚନ୍ଦ୍ର ଦାସ, ଡମ୍ବରୁଧର ମଳିକ, ମୃତ୍ୟୁୃ୍‌ଜୟ ମିଶ୍ର, ହେମଲତା ସେଠୀ , ଦୟାନିଧି ଦାସଙ୍କ ସହ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କର୍ମଚାରୀ ଧିରେନ୍ଦ୍ର ପାଳ, ଶରତ ଚନ୍ଦ୍ର ଦାସ , ବିଜୟ ଜେନା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.