Home ଜିଲ୍ଲା ପରିକ୍ରମା ଟ୍ରକକୁ ପଛରୁ ପିଟିଲା କାର , ଚାଳକ ଗୁରୁତର

ଟ୍ରକକୁ ପଛରୁ ପିଟିଲା କାର , ଚାଳକ ଗୁରୁତର

81

ବାହାନଗା,୧୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଓଳିଆ ପାଟଣା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟ୍ରକର ପଛପଟୁ ଏକ କାର ଧକ୍କା ଦେଇ ଚାଳକ ଗୁରୁତର ହୋଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ଏକ ଟ୍ରକ(ଏପି୦୭ଟିସି-୧୨୩୯)କୁ ପଛପଟୁ (ଡବ୍ଲୁବି୦୬ଡି-୦୪୦୦) ନଂ କାର ଓଳିଆପାଟଣା ନିକଟରେ ପଛପଟୁ ଧକ୍କା ଦେଇଥିଲା । ଫଳରେ କାର ଥିବା ଚାଳକ ଗରୁତର ହେବାସହ କାରଟି ଭାଙ୍ଗି ଯାଇଥିଲା । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ହସପିଟାଲକୁ ପଠାଇ ଥିବାର ଜଣାପଡ଼ିଛି । ଡ୍ରାଇଭରର ପରିଚୟ ମିଳି ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.