Home ଓଡ଼ିଶା ସାସଂଦ ଓ ବିଧାୟକଙ୍କ ଦ୍ୱାରା ସେତୁ ଓ ପ୍ରସୁତି ଗୃହର ଶିଳାନ୍ୟାସ

ସାସଂଦ ଓ ବିଧାୟକଙ୍କ ଦ୍ୱାରା ସେତୁ ଓ ପ୍ରସୁତି ଗୃହର ଶିଳାନ୍ୟାସ

55

ବାହାନଗା,୧୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ ) : ପୂର୍ତ୍ତବିଭାଗ , ଓଡ଼ିଶା ସରକାରଙ୍କର ବାଲେଶ୍ୱର – ଗୁଡ(ନିମିକ ରାସ୍ତା)଼ ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକ ତିରଣ ଠାରେ ଥିବା କୋଚିଆ କୋଇଲି ନାଳ ଉପରେ ସେତୁ ନିର୍ମାଣର ଶୁଭ ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ସମ୍ପାଦିତ ହୋଇ ମଙ୍ଗଳବାର ଦିନ ୫କୋଟି ୯୨ଲକ୍ଷ ୯୧ହଜାର ଟଙ୍କାର ବ୍ୟୟ ବରାତ ଅଟକଳରେ ମୂଲ୍ୟ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ କରକମଳରେ ହୋଇ ଯାଇଛି । ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଶ୍ରୀଧଡ଼ା ବିଦ୍ଧି ବଦ୍ଧ ଭାବରେ ପୂଜାର୍ଚ୍ଚନା କରି ଫିତା କାଟି ଏହାକୁ ଉନ୍ମୋଚନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଯୁବ ନେତା ଅଶ୍ୱନୀ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ଅଜୟ କୁମାର ପଣ୍ଡା, ନୀଳାମ୍ବର ମହାଳିକ, ବେଣୁଧର ଜେନା, ବିଜୟ କୁମାର ସାହୁ, ପ୍ରଭାକର ମିଶ୍ର, ଗୋଲକ ପୁହାଣଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତାସହ ପୂର୍ତ୍ତ ବିଭାଗର ଏସଡିଓ ହରିଶ ଚନ୍ଦ୍ର ଦ୍ୱାରୀ, ଜେଇ ସୁଦର୍ଶନ ମଲ୍ଲିକ ଉପସ୍ଥିତ ରହି ପ୍ରକଳ୍ପ ର ନକ୍ସା ଦେଖାଇଥିଲେ ।
ପରେ ବିଧାୟକ ଓ ସାଂସଦ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରେ ୩୩ଲକ୍ଷ ୬୩ହଜାର ଟଙ୍କା ବ୍ୟୟ ବରାତ ଅଟକଳ ମୂଲ୍ୟର ଏକ ପ୍ରସୁତି ଗୃହର ଶୁଭ ଶିଳାନ୍ୟାସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ସହ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରସୁତି ଗୃହ ନିର୍ମାଣ ହେଲେ ଏକ ପ୍ରସୁତି ଡାକ୍ତର ନିଯୁକ୍ତି କରାଯିବାର ପ୍ରତିଶୃତି ବିଧାୟକ ଶ୍ରୀ ଧଡ଼ା ଓ ସାଂସଦ ଶ୍ରୀମତୀ ମଣ୍ଡଳ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.