Home କଳାହାଣ୍ଡି    ବିଧାୟକଙ୍କ ଚାପରେ ସ୍ମାର୍ଟ ସ୍କୁଲ ଯୋଜନାରେ ଚିହ୍ନଟ ସ୍କୁଲ  ବଦଳ ଅଭିଯୋଗ

   ବିଧାୟକଙ୍କ ଚାପରେ ସ୍ମାର୍ଟ ସ୍କୁଲ ଯୋଜନାରେ ଚିହ୍ନଟ ସ୍କୁଲ  ବଦଳ ଅଭିଯୋଗ

34

କଳାହାଣ୍ଡି ତା.୨୭.୦୩.୨୦୨୧ (ଓଡିଆପୁଅ) ସ୍ମାର୍ଟ ସ୍କୁଲ ଯୋଜନାରେ ସରକାର ଅବହେଲିତ ଓ ଆଦିବାସୀ ଅଂଚଳର ହାଇସ୍କୁଲ ଗୁଡିକୁ ସାମିଲ କରି ସେସବୁର ସର୍ବବିଧ ଉନ୍ନତି କରିବାର ପରିକଳ୍ପନା କରାଯାଇଛି । ହେଲେ ଏହି ଯୋଜନାରେ ଚୟନ ହୋଇଥିବା ସ୍କୁଲ ବିଧାୟକଙ୍କ ଚାପରେ ବଦଳି ଯାଇଥିବା ଅଭିଯୋଗ ହୋଇଛି ।  କଳାହାଣ୍ଡି ଜିଲ୍ଲାରେ ୧୩ ଟି ବ୍ଲକ ଓ ୩ଟି ସହରାଂଚଳ ମଧ୍ୟରେ ଥିବା ମୋଟ ୨୬ ଗୋଟି ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧରକାରୀଙ୍କ ପତ୍ର ସଂଖ୍ୟା ୩୯୧ ତା.୧୯.୦୧.୨୦୨୧ ରୁ ଜଣାପଡିଛି । ଅନ୍ୟ ସ୍କୁଲ ଭଲି ଏହି ତାଲିକାରେ ୬ ନମ୍ବରରେ ଥିବା ଜୟପାଟଣା ବ୍ଲକର ବଡପୁଝାରୀଗୁଡା ହାଇସ୍କୁଲରେ ସ୍ମାର୍ଟ କ୍ଲାସ ରୁମ, ସୋଲାର ଲାଇଟ, ଡିଜିଟାଲ ଲାଇବ୍ରେରୀ, ବିଜ୍ଞାନ ଲାବୋରେଟୋରୀ, କ୍ରଡା କମ୍ପେ୍ଲକ୍ସ ଇତ୍ୟାଦି ନିର୍ମାଣ କରାଯିବାର ଯୋଜନା ହୋଇଥିଲା ।
ପରବର୍ତୀ ପର୍ଯ୍ୟାୟରେ ଏହି ସ୍କୁଲକୁ ବାଦ ଦିଆଯାଇ ଲାଂଜିଗଡ ବିଧାୟକଙ୍କ ନିଜସ୍ୱ ଗ୍ରାମ ଜୟପାଟଣା ବ୍ଲକସ୍ଥ ହୀରାପୁର ସ୍ଥିତ ଉନ୍ନିତ ହାଇସ୍କୁଲକୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଏଭଲି ସ୍କୁଲ ବଦଳ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାରଙ୍କୁ ପଚାରିବାରେ ସେ ବିଧାୟକଙ୍କ ଚାପ ବିଷୟକୁ ଖଣ୍ଡନ କରିବା ସହିତ ବଡପୁଝାରୀଗୁଡା ହାଇସ୍କୁଲରେ ନିଜସ୍ୱ ଜମି ନଥିବା ହେତୁ ସେଠାରେ ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ହେବାରେ ବାଧା ସୃଷ୍ଟି ହେବାରୁ ହୀରାପୁର ଉନ୍ନୀତ ହାଇସ୍କୁଲକୁ ଚିହ୍ନଟ କରାଯାଇଥିବା ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ବଡପୁଝାରୀଗୁଡା ଉନ୍ନିତ ହାଇସ୍କୁଲ ଗତ ୧୯୯୩ ମସିହାରେ ଆରମ୍ଭ କରାଯାଇଥିବା ବେଳେ କଳାହାଣ୍ଡିର ଉପାନ୍ତ ଅଂଚଳରେ ଥରବା ଏହି ସ୍କୁଲକୁ କାହାର ଦୃଷ୍ଟି ପଡୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ସ୍କୁଲ କମିଟୀ ଓ ଗ୍ରାମବାସୀଙ୍କ ଦାବୀ ହେବାରୁ ଉଛୁଲା ଆରଆଇ ପତ୍ର ସଂଖ୍ୟା ୧୯୧ ତା.୧୫.୦୯.୨୦୧୬ ଯୋଗେ ବଡପୁଝାରୀଗୁଡା ଉନ୍ନୀତ ହାଇସ୍କୁଲ ପାଇଁ  ଉକ୍ତ ମୌଜାର ଖାତା ନଂ.୯ ପ୍ଲଟ ନଂ. ୫୩୬ ର ୨ ଏକର ୦୩ ଡିସମିଲ ସରକାରୀ ଜମି ହସ୍ତାନ୍ତର କରାଯାଇପାରିବ ବୋଲି ଜୟପାଟଣା ତହସିଲଦାରଙ୍କୁ ଜଣାଇବା ପରେ ଜୟପାଟଣା ତହସିଲଦାର ପତ୍ର ସଂଖ୍ୟା ୩୦୦୯ ତା.୨୩.୦୯.୨୦୧୬ ଯୋଗେ ପ୍ରଧାନଶିକ୍ଷକଙ୍କୁ ସେସଂପର୍କରେ ଅବଗତ କରାଇଛନ୍ତି । ତଦନୁସାରେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଧାରିତ ଫର୍ମରେ ଗତ ୧୭.୦୫.୨୦୧୭ରେ ଉକ୍ତ ଜମି ଶିକ୍ଷା ବିଭାଗ ନାମରେ ବନ୍ଦୋବସ୍ତ କରିବା ପାଇଁ ଆବେଦନ କରିଥରବା ଜଣାପଡିଛି । ହେଲେ ଆଦିବାସୀ ବହୁଳ ଉପାନ୍ତ ଅଂଚଳ ପ୍ରତି କାହାର ନିଘାନଥିବା ହେତୁ ଅଦ୍ୟାବଧି ଉକ୍ତ ଜମି ହସ୍‌ତାନ୍ତର ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସେହିପରି ହୀରାପୁର ହାଇସ୍କୁଲ ରେ ମଧ୍ୟ ଆବଶ୍ୟକୀୟ ଜାଗା ନଥିବା ବେଳେ ଜଳସେଚନ ବିଭାଗ ର ଜମି ଉପରେ ସ୍କୁଲ ପାଇଁ ଆବଶ୍ୟକୀୟ ନିର୍ମାଣ କରାଯିବାର ଯୋଜନା ହେଉଥରବା ଜଣାପଡିଛି । ଯେହେତୁ ହୀରାପୁର ଲାଂଜିଗଡ ବିଧାୟକଙ୍କ ନିଜସ୍ୱ ଗ୍ରାମ ହୋଇଥିବାରୁ ବିଧାୟକଙ୍କ  ଚାପରେ ହିଁ ସେଠାରେ ସ୍ମାର୍ଟ ସ୍କୁଲ ପରିଯୋଜନା କାର୍ଯ୍ୟକାରୀ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି । ଏସଂପର୍କରେ ଲାଂଜିଗଡ ବିଧାୟକଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ । ଯଦିଓ ଆବଶ୍ୟକୀୟ ଜାଗା ଅଭାବରୁ ବଡପୁଝାରୀଗୁଡା ସ୍କୁଲକୁ ବାଦ ଦିଆଗଲା ତେବେ ଜୟପାଟଣା ଓ ମୂଖିଗୁଡା ଭଲି ଅଂଚଳ ମଧ୍ୟରେ ଥିବା  ବିଧାୟକଙ୍କ ଗ୍ରାମ ହୀରାପୁର ବ୍ୟତୀତ ଅନ୍ୟ ଯେକୌଣସି ଅବହେଲିତ ଓ ପଛୁଆ ସ୍କୁଲକୁ ନିଆଯାଇପାରିଥାନ୍ତା କିନ୍ତୁ ଆବଶ୍ୟକୀୟ ଜାଗା ନଥିବା ହୀରାପୁର ସ୍କୁଲକୁ କାହିଁକି ଚୟନ କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.