Home ଓଡ଼ିଶା ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ପରିଦର୍ଶନ ଓ କରୋନା ମୁକାବିଲାର ସମୀକ୍ଷା

ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ପରିଦର୍ଶନ ଓ କରୋନା ମୁକାବିଲାର ସମୀକ୍ଷା

118

କେନ୍ଦ୍ରାପଡା ୨୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ଲକଡାଉନ ଜାରି ରହିଥିବା ବେଳେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବ୍ଲକରେ ପହଁଚି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ବିଡିଓ ସୁଧିର କୁମାର ସିଂଙ୍କ ସହିତ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ତାଲାବନ୍ଦ ସମୟରେ ଯେଉଁ ଗରୀବ ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ କିଭଳି ରାସନକାର୍ଡ ମିଳିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଯେଉଁ ରାସନକାର୍ଡ ଧାରୀମାନଙ୍କୁ ୩ମାସର ଆଗୁଆ ଚାଉଳ, ଗହମ, ଏକହଜାର ଟଙ୍କାର ଆର୍ଥିକ ସହାୟତା, ଭତାହିତାଧିକାରୀଙ୍କୁ ଆଗୁଆ ୪ମାସର ଭତ୍ତା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ଆର୍ଥିକ ସହାୟତା, ମାଗଣା ଚାଉଳ ଓ ଡାଲି ସମେତ ସମସ୍ତଙ୍କୁ କିରୋସିନି ପ୍ରଦାନ କରାଯିବା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଓ ବିଡିଓ ଶ୍ରୀ ସିଂଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, ଯୋଗାଣ ନୀରିକ୍ଷକ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ -୧୯ ନିୟମ ଅନୁଯାଇ ସାମାଜିକ ଦ୍ୱରତ୍ୱ ରଖି ମହାତ୍ମାଗାନ୍ଧୀ ନରେଗା ଯୋଜନା, ପ୍ରଧାନମନ୍ତ୍ରୀ। ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ଗୁଡିକୁ କରାଯିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.