Home ଓଡ଼ିଶା ସମସ୍ତ ସରକାରୀ ଯୋଜନାରୁ ବଂଚିତ ପରିବାର

ସମସ୍ତ ସରକାରୀ ଯୋଜନାରୁ ବଂଚିତ ପରିବାର

126

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୪-ସରକାର କେହି ଭୋକରେ ମରିବେନି କେହି ମାଟି ଓ ଚାଳ ଛପର ଘରେ ରହିବେନି ଜୋର ଦେଇ କହୁଥିବା ବେଳେ ସରକାରୀ ଯୋଜନା ଓ ଖାଦ୍ୟ ସୁରକ୍ଷା ଭଳି ଯୋଜନାମାନ କିଛି ପରିବାର ପାଖରେ ଅପହଂଚ ହୋଇ ରହିଯାଉଛି । ସେହିଭଳି ଏକ ପରିବାର ରଣପୁର ବ୍ଲକ୍ କାଣ୍ଡପଡା ଗ୍ରାମ ପଂଚାୟତ କରଡାପଲ୍ଲା ନୁଆ ସାହି(ଖରିଆଢିପ)ରେ ସମସ୍ତ ସରକାରୀ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଂଚିତ ହୋଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି । ଏହି ଗାଁରେ ସୁକାନ୍ତି ଦେଇ ସ୍ୱାମୀ ଚନ୍ଦ୍ରଶେଖର ପୃଷ୍ଟି ବହୁବର୍ଷ ଧରି ଏକ କୁଡିଆ ଘରେ ରହି ଆସୁଛନ୍ତି । ଖାଦ୍ୟ ସୁରକ୍ଷା ରାସନ୍ କାର୍ଡ ତାଙ୍କ ପାଖରେ ନାହିଁ କିନ୍ତୁ ପଂଚାୟତରୁ ବୁଝିଲା ବେଳକୁ ତାଙ୍କ ନାମରେ ରାସନ୍ କାର୍ଡ ଅଛି । ଅନ୍ୟ କେହି ସେହି ରାସନ୍ କାର୍ଡରେ ରାସନ୍ ସାମଗ୍ରୀ ମାରି ନେଉଛି । ଆଧାର କାର୍ଡ ଅଛି ।

ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବାପାଇଁ ବାରମ୍ବାର ପଂଚାୟତ ଓ ରଣପୁର ବ୍ଲକ୍ କୁ ଦୌଡି ଦୌଡି ହତାଶ ହୋଇ ପଡୁଛନ୍ତି । ସୁକାନ୍ତି ଦେଇଙ୍କ କହିବା ଅନୁଯାୟୀ ଅଧିକାରୀଙ୍କୁ ସାକ୍ଷାତ କଲେ କହୁଛନ୍ତି ଏବେ ନୁହଁ ପରେ ଆସିଲେ ଆବାସ ମିଳିବ । ଏ ସମ୍ପର୍କେ କାଣ୍ଡପଡା ଗ୍ରାମ ପଂଚାୟତ ସହ ଯୋଗା ଯୋଗ କରି ଜଣା ପଡିଲାଯେ ସୁକାନ୍ତି ଦେଇ ଆବାସ ଯୋଜନାରେ ସାମିଲ୍ ହେବାପାଇଁ ଏକ ଟିମ୍ ତଦନ୍ତ କରିଛି । କିନ୍ତୁ ଏଯାଏଁ ତାଙ୍କ ନାମ ଆବାସ ଯୋଜନାରେ ସାମିଲ୍ ହୋଇ ପାରିନାହିଁ । ଅପରପକ୍ଷେ ଭୁମିହୀନ ସୁକାନ୍ତି ଦେଇ ଶ୍ୱାସ ରୋଗରେ ପିଡୀତ ସ୍ୱାମୀ ଚନ୍ଦ୍ରଶେଖର ପୃଷ୍ଟିଙ୍କୁ ନେଇ ଭଙ୍ଗା କୁଡିଆରେ ପେଟ ଓ ପରିବାର ପାଇଁ ବହୁ କଷ୍ଟ ସ୍ୱୀକାର କରି ସଂଗ୍ରାମ ଚଳାଇଛନ୍ତି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି  ଦୃଷ୍ଟି ଦେଇ ସରକାରୀ ଯୋଜନାରେ ସାମିଲ୍ କରି ଆବାସ ଖଣ୍ଡିଏ ଓ ରାସନ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.