Home ଓଡ଼ିଶା ରଣପୁର ପୋଲିସ୍ ର ବ୍ୟାପକ ଚଢାଉ ୫ଗିରଫ -୪୦ଲିଟର ଦେଶୀ ମଦ-ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ

ରଣପୁର ପୋଲିସ୍ ର ବ୍ୟାପକ ଚଢାଉ ୫ଗିରଫ -୪୦ଲିଟର ଦେଶୀ ମଦ-ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ

122

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୪-ଲକ୍‌ଡାଉନ ସମୟରେ ପୋଲିସ ଲକ୍‌ଡାଉନ୍ ରେ ବ୍ୟସ୍ତ ଥିବାବେଳେ ଚୋରା ବେପାରୀମାନେ ଏହାର ସୁଯୋଗ ହାତଛଡା କରୁନାହାନ୍ତି । ନୟାଗଡ ଏସ୍‌.ପି ପ୍ରତ୍ୟୁଷ ଦିୱାକର ଙ୍କ ନିର୍ଦ୍ଧେଶରେ ଲକ୍‌ଡାଉନ୍ ସମୟରେ ରଣପୁର ଥାନା ତରଫରୁ ବ୍ୟାପକ ଚଢାଉ ଆରମ୍ଭ କରାଯାଇଥିବା ଜଣା ପଡିଛି । ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ନେତୃତ୍ୱରେ ସବ୍ ଇନିସ୍‌ପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ଓ ବିଦିତା ନାୟକ ଏହି ଚଢାଉ ଆରମ୍ଭ କରିଥିଲେ । ଚଢାଉରେ ୨ଟି ଯାଗାରୁ ୪୦ଲିଟର ହାତରନ୍ଧା ମହୁଲି ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲେ । ସେହିଭଳି ଭାବରେ ଚୋରା ମାଙ୍କଡା ପଥର ଗାଡି ଟ୍ରାକ୍ଟର ଉପରେ ଚଢାଉ କରି ଟ୍ରାକ୍ଟର ସହ ୨ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ଏ ସମ୍ପର୍କେ ଥାନାରେ ୩ଟି ମାମଲା ରେଜେଷ୍ଟ୍ରି ହୋଇଛି । ମଦ ବିକ୍ରୟ ଅଭିଯୋଗରେ ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ ଅଂଚଳର ନିର୍ଭୟ ଚରଣ ଲେଙ୍କା ଯେକି ବାଣପୁର ଅଂଚଳରୁ ହାତରନ୍ଧା ମହୁଲି ମଦ ଆଣି ଚମ୍ପତିପୁର ଛକଠାରେ ବିକ୍ରୟ କରୁଥିଲେ ।

ତାଙ୍କଠାରୁ ୨୦ଲିଟର ହାତରନ୍ଧା ମହୁଲି ମଦ ଜବତ ହେବା ସହ ୧୧ହଜାର ୪ଶହ ଟଙ୍କା ଜବତ ହୋଇଛି । ସେହିଭଳି ଭାବରେ ସିକୋ ଫାଣ୍ଡି ଅଂଚଳରୁ ମଦ ଧରି ଆସୁଥିବା ବେଳେ ରଣପୁର ଉପର ସଡକରେ ହାଟସାହିର ସଂଜୟ ଗୁରୁ ଓ ଗଣେଷ ବେହେରା ଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ୨୦ଲିଟର ଦେଶୀ ମଦ ଜବତ କରିଛି । ମୟୁରଝାଲିଆ ବୋରବରଝର ପଥର ଖଣିରୁ ମାଙ୍କଡା ପଥର ଲକ୍‌ଡାଉନ୍ ସମୟରେ ଚୋରା ଚାଲାଣ ଅଭିଯୋଗରେ ବରମୁଳଠାରୁ ସନ୍ତୋଷ ସ୍ୱାଇଁ ଓ ଅଭିମନ୍ୟୁ ଗୁରୁଙ୍କୁ ପୋଲିସ୍ ଗିରଫ କରିଛି । ୫ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.