Home କେନ୍ଦୁଝର ବିଧବା ମା ଓ ଭିନ୍ନକ୍ଷମ ପୁଅକୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

ବିଧବା ମା ଓ ଭିନ୍ନକ୍ଷମ ପୁଅକୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

54

ହାଟଡିହି- ୧୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ଗ୍ରାମର ଅସହାୟ ବିଧବା ମା ବେଙ୍ଗ ଦେହୁରୀ(୮୦) ଓ ତାଙ୍କ ଭିନ୍ନକ୍ଷମ ପୁଅ ବାଦଲ ଦେହୁରୀ (୪୦)ଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମାଜର ଦର୍ପଣ’ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବାଦଲର ଘରେ ପହଞ୍ଚି ତାକୁ ମାସକ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେବାସହିତ ବାଦଲର ଟ୍ରାଇ ସାଇକେଲ ଟିକୁ ମରାମତି କରିବାପାଇଁ ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ସମୟରେ ବାଦଲ କୌଣସି ଗ୍ରାମକୁ ମଗାଯଚା କରିବାକୁ ଯିବା ଉଚିତ ନୁହଁ ଚିନ୍ତାକରି ତାଙ୍କ ପରିବାରକୁ ମାସକ ପାଇଁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । କରୋନା କଟକଣା ଥିବା ପର‌୍ୟ୍ୟନ୍ତ ପ୍ରତି ମାସ ଉକ୍ତ ପରିବାରଟିକୁ ରାସନ ସାମଗ୍ରୀ ଯୋଗଇ ଦେବେ ବୋଲି ସମାଜର ଦର୍ପଣର ସଭାପତି ପ୍ରଶାନ୍ତ ସେନାପତି କହିଛନ୍ତି । ସେହିପରି ଅନ୍ୟତମ ସ୍ୱେଚ୍ଛାସେବୀ ପ୍ରଫେସର ମହେଶ୍ୱର ଜେନା ତାଙ୍କ ପରିବାରକୁ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେବାସହ କିପରି ତାଙ୍କୁ ପକ୍କାଘର ଖଣ୍ଡିଏ ମିଳିପାରିବ ସେନେଇ ଯୋଗାଯୋଗ କରିଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଏହି ଗ୍ରାମର ବେଙ୍ଗ ଦେହୁରୀ ଜଣେ ବିଧବା ମହିଳା ହୋଇଥିବାବେଳେ ତାଙ୍କ ସ୍ୱାମୀଙ୍କର ଆଜକୁ ୪୦ବର୍ଷ ପୁର୍ବେ ଦେହାନ୍ତ ହୋଇଯାଇଛି । ଘରେ କେବଳ ଗୋଟିଏ ଭିନ୍ନକ୍ଷମ ୪୦ବର୍ଷର ପୁଅକୁ ଧରି ତାଙ୍କ ପରିବାର । ଘରେ ଖାଇବାକୁ ଦାନା ମୁଠେ ନାହିଁ । ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା ଓ ୫କିଲୋ ଚାଉଳରେ ପରିବାର ଚଳେ । ଆଗରୁ ଭିନ୍ନକ୍ଷମ ପୁଅ ମାଗିଯାଚି ଯାହା ଆଣୁଥିଲେ ମା ପୁଅ ସେଥିରେ ଚଳିଯାଉଥିଲେ । କିନ୍ତୁ ୧୦ବର୍ଷ ପୁର୍ବେ ମିଳିଥିବା ଟ୍ରାଇ ସାଇକେଲଟି ଭାଙ୍ଗିରୁଜି ଯାଇଥିବାରୁ ସେ ଆଉ ବାହାରକୁ ଯାଇପାରୁ ନାହାନ୍ତି । ଘୁଷୁରି ଘୁଷୁରି ସେଇ ଘର ଭିତରେ ବୁଲୁଛନ୍ତି । ଘର ବୋଲି ଗୋଟିଏ ଭଙ୍ଗା ଚାଳଘର । ସେଇଠି ରୋଷେଇ ସେଇଠି ଖାଇବା, ଶୋଇବା, ଏପରି ଅବସ୍ଥାରେ ଉଭୟ ମା ପୁଅ ବହୁ ଦୁଖଃ କଷ୍ଟରେ ଦିନ କାଟୁଛନ୍ତି । ସରକାରଙ୍କ ପକ୍ଷରୁ ବାସଗୃହ ଯୋଜନାରେ ଘର ଖଣ୍ଡିଏ ପାଇନଥିବାରୁ ଏକ ବିପଦ ଶଙ୍କୁଳ ଚାଳଘରେ ମା ଓ ପୁଅ ବାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.