Home ଜିଲ୍ଲା ପରିକ୍ରମା ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ନିଖୋଜ ୮ ଉଦ୍ଧାର

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ନିଖୋଜ ୮ ଉଦ୍ଧାର

51

ମାଲକାନଗିରି,୧୯ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ସ୍ୱାଭିମାନ ଅଚଂଳ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ନିଖୋଜ ହେବା ସହିତ ୮ଜଣଙ୍କୁ ଉଦ୍ଧାର କରାଯାଇଛି । ।ସ୍ୱାଭିମାନ ଅଚଂଳ ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ଅଣ୍ଡ୍ରପଦର ପଚାଂୟତ ଦାମଦରବେଡା ଗ୍ରାମରୁ ୧୧ଜଣ ଅଦିବାସୀ ଲୋକେ ପରିବାର ଙ୍କୁ ଧରି ଓରାପଦର ଢଙ୍ଗାଘାଟରୁ ଏକ ମାଛଧରା ହୁଲି ଡଙ୍ଗାରେ ନାକାମାମୁଂଡି ପଚାଂୟତ ବାକୁଲି ଗ୍ରାମକୁ ବାଲିମେଳା ଜଳ ଭଣ୍ଡାରରେ ଏକ ମାଛଧରା ହୁଲି ଡଙ୍ଗାରେ ଯାଉଥିଲେ । ଆଜି ପ୍ରାୟ ଦିନ ୧୦ଟା ବେବେଳେ ଡଙ୍ଗାଟି ଜଳଭଣ୍ଡାର ମଧ୍ୟରେ ଯାଉଥିବା ବେଳେ ବାକୁଲି ଘାଟ ରେ ପହଁଚିବା ଆଗରୁ ଜଳଭଣ୍ଡାରରେ ଭାରସାମ୍ୟହରାଇ ଡଙ୍ଗାଟି ପାଣିରେ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୧୧ଜଣଙ୍କ ଯାକ ପାଣିରେ ବୁଡି ଯାଇଥିଲେ । ୮ଜଣ ଲୋକ ବହୁକଷ୍ଟରେ ପହଁରି ପହଁରି କୁଳକୁ ପଳାଇ ଆସିଥିବା ବେଳେ ଜଣେ ମହିଳା ଓ ବର୍ଷକର ଶିଶୁ ଙ୍କ ସହିତ ଜଣେ ବୃଦ୍ଧା ପାଣିରେ ବୁଡି ଯାଇ ନିଖୋଜ ଅଛନ୍ତି । ସେଠାରେ ନିକଟସ୍ଥ ଗ୍ରାମବାସୀ ମାନେ ପହଁଚି ଚିତ୍ରକୋଣ୍ଡା ତହସିଲଦାର,ଅଗ୍ନିଶମବିଭାଗ କୁ ଫୋନକରିବାସହ ସେମାନେ ପାଣିରେ ବହୁତ ଖୋଜିଥିଲେ । ବହୁ ସମୟ ପରେ ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଁଚି ବହୁତ ଖୋଜା ଖୋଜି କଲାପରେ ମଧ୍ୟ ନିଖୋଜ ତିନିଜଣଙ୍କର କିଛି ପତା ମିଳି ନାହିଁ । ନିଖୋଜ ତିନିଜଣ ହେଲେ ଦୋମାଦରପଡା ଗ୍ରାମର ଗୋପାଳ ମୁଦୁଲି(୪୭) ତାଙ୍କ ଝିଅ ଯବନା ମୁଦୁଲି(୨୫) ଓ ତାଙ୍କର ଏକ ତିନିବର୍ଷର ନାତି ଏମାନେ ଗୋଟିଏ ପରିବାର ର ବୋଲି ଜଣାପଡିଛି । ସ୍ୱାଭିମାନ ଅଚଂଳକୁ ସଡକ ପଥରେ ସଂଯୋଗ କରିବା ନିମନ୍ତେ ଗୁରୁପ୍ରୀୟା ସେତୁ ଉଦଘାଟନ ହେଲା ,ଏହି ସେତୁ ଦ୍ୱାରା କେବଳ ଦୁଇ ତେନୋଟି ପଚାଂୟତବାସୀ ଉପକୃତ ହେଉଥିବା ବେଳେ ଅନ୍ୟପଚାଂୟତ ର ଦୁର୍ଗମ ଅପହଁଚ ଗ୍ରାମଗୁଡିକ ଏବେ ବି ଜଳପଥରେ ନିର୍ଭର କରି ବିପଦ ପୁଣ୍ଣ ର୍ଜଳାଯାତ୍ରା କରୁଛନ୍ତି ।ମମାଲକାନଗିରି ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ ନଦୀଗୁଡିକରେ ବିପଦ ପୁଣ୍ଣ ର୍ଜଳ ଯାତ୍ରା କରି ଅନେକ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ, ଯଦି କୌଣସି ସ୍ଥାନରେ ଡଙ୍ଗା କି ଲଂଚ ବୁଡିଗଲା ସେହିସମୟରେ ହିଁ ରାଜ୍ୟସରକାରଙ୍କର ନିଦଭାଙ୍ଗିଥାଏ, ମୃତ ପରିବାରଙ୍କୁ କିଛିଅନୁକମ୍ପା ରାଶି ସାହାଯ୍ୟ କରି ତଦନ୍ତ ଚାଲିଥାଏ,କିଛି ଦିନ ପାଇଁ ବିଭିନ୍ନ ଡଙ୍ଗାଘାଟ ଓ ଲଚଂଘାଟ ଗୁଡିକରେ କଢାନିୟମ ଜାରି ହୋଇ ଯାଏ, ଲଚଂ ଓ ଡଙ୍ଗାଚାଳକ ଙ୍କ ସହିତ ଯାତ୍ରୀ ମାନଙ୍କୁ ଲାଇଫ୍ ଜ୍ୟାକେଟ ପିନ୍ଧିଜଳ ଯାତ୍ରା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ଲୋକ ଦେଖାଣିଆ ଭାବେ କିଛି ଦିନ ସରକାରି କଳ ଲାଇଫ୍ ଜ୍ୟାକେଟ ଲଂଚ ଓ ଡଙ୍ଗାରେ ରଖି ଥାନ୍ତି । ହେଲେ ସେଗୁଡିକ ଛିଣ୍ଡା ଓ କଣା ଫୁଟା ହୋଇଥିବାରୁ ପିନ୍ଧିବା ସମ୍ଭବପର ହୋଇନଥାଏ । ପରିସ୍ଥିତି ସାନ୍ତ ପଡିଗଲା ପରେ ପୁଣି ବିପଦ ପୁଣ୍ଣ ର୍ଜଳ ଯାତ୍ରା ଆରମ୍ଭ ହୋଇ ଯାଇଥାଏ । ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ଥ ଡଙ୍ଗା ଓ ଲଂଚ ଘାଟକୁ ଆଇନ ଜାରି କରିଛନ୍ତି,ଅଧିକ ଯାତ୍ରୀ ନେବା ଆଣିବା ବନ୍ଦକରିବା ଓ ଲାଇଫ ୍‌ଜ୍ୟ।।କେଟ ପିନ୍ଧିବା ପାଇଁ , ହେଲେ ଏ ଆଇନ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରି ହୋଇ ପାରୁନାହିଁ,ଜିଲ୍ଲାରେ ଥିବା ଜଳଭଣ୍ଡାର ଓ ନଦୀ ଗୁଡିକରେ ପ୍ରାୟ ଶତାଧିକ ଡଙ୍ଗାଘାଟ ରହିଛି,ପ୍ରତି ଦିନ ଗ୍ରାମବାସୀ ମାନେ ହୁଲିଡଙ୍ଗାରେ ବିପଦପୁଣ୍ଣ ର୍ ଜଳ ଯାତ୍ରା କରିଥାନ୍ତି । ପ୍ରିତି ବର୍ଷ ଜଳଭଣ୍ଡାର ଓ ବିଭିନ୍ନ ନଦୀରେ ଡଙ୍ଗାବୁଡି ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ।ମାଲକାନଗିରି ଜିଲ୍ଲାରେ ଥିବା ବାଲିମେଳା ଡ୍ୟାମ ଚିତ୍ରକୋଣ୍ଡା ଜଳଭଣ୍ଡାର, ଗୁରପ୍ରୀୟା ନଦୀ,ମୋଟୁ ଠାରେ ଥିବା ସେବେରୀ,ସିଲେରୁ ନଦୀ.ମାଥିଲି ,ଗୋବିନ୍ଦପାଲ୍ଲି ଠାରେ ଥିବା ସାବେରୀ, ସପ୍ତଧାରା ନଦୀ ର ଡଙ୍ଗାଘାଟ ପ୍ରତି ରାଜ୍ୟସରକାର କିମ୍ବା ଜଳସେଚନବିଭାଗର ଗୁରତ୍ୱ ନଥିବାରୁ ଦିନକୁ ଦିନ ଏହି ସବୁସ୍ଥାନରେ ଡଙ୍ଗାବୁଡି ଅନେକ ଧନଜୀବନ ନଷ୍ଟହେଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.