Home ଓଡ଼ିଶା ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ;ବାବା ବଳିଆ

ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ;ବାବା ବଳିଆ

188

ଜଗତସିଂହପୁର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ପୂର୍ଯ୍ୟ ପୁଜକ ବାବା ବଳିଆ କହିଛନ୍ତି ପତିହରା ବା ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ ।‘ସମାଜରେ ବିଧବା ମହିଳାଙ୍କୁ ଦିଆଯାଉଛି ନିର‌୍ୟ୍ୟାତନା’ । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମାଆ ଭୋଗୁଛି ଦୁର୍ଦ୍ଦଶା । ସମାଜରେ ତାଙ୍କୁ ବିଧବାର ଆଖ୍ୟା ଦିଆଯାଉଛି । ବିବାହ-ବ୍ରତ ଭଳି ମାଙ୍ଗଳିକ କାର‌୍ୟ୍ୟରୁ ବାଦ ଦିଆଯାଉଛି । ଅନେକ ସମୟରେ ନିଜ ପୁଅ-ଝିଅଙ୍କ ବିବାହ ଉତ୍ସବରେ ମଧ୍ୟ ସାମିଲ ହୋଇନଥାନ୍ତି ଏମାନେ । ଏହାଦ୍ୱାରା ସେମାନେ ସମାଜରେ ବାସନ୍ଦ ପରି ରହିବା ସହ ସାରା ଜୀବନ ମାନସିକ ଯନ୍ତ୍ରଣା ଭୋଗିଥାନ୍ତି । ଏହି ବିଧବା ଆଖ୍ୟା ସତୀଦାହ ଭଳି ଏକ କୁତ୍ସିତ ପ୍ରଥା ଓ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ପୂର୍ଯ୍ୟ ପୁଜକ ବାବା ବଳିଆ । ଏହାକୁ ମଧ୍ୟ ସମାଜରୁ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି ବାବା ବଳିଆ । ଆଜିର ସମାଜରେ ଏପରି ଘୃଣ୍ୟ ପ୍ରଥାର ଉଚ୍ଛେଦ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସିଛନ୍ତି ବାବା ବଳିଆ । ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ପୂର୍ଯ୍ୟ ପୁଜକ ବାବା ବଳିଆ କହିଛନ୍ତି ପତିହରା ବା ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.