Home ଜିଲ୍ଲା ପରିକ୍ରମା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

21

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ନବୀନ ସରକାର ସମୟରେ ହୋଇଥିବା ଦୁର୍ନୀତି ଯଥା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟାଳୟରେ ଯେଉଁ ଦୁର୍ନୀତି ଆଜି ପଦାକୁ ଆସିଛି, ତାହା ସମଗ୍ର ରାଜ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଯୋଗ୍ୟତା ନଥିବା ଲୋକେ ଲାଞ୍ଚ ଦେଇ ଚାକିରି ହାତେଇଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ରାଜ୍ୟ ସରକାର ବିରଞ୍ଚିଙ୍କୁ ଚାକିରିରୁ ବିଦା କରିଦେଇ ସ୍ୱଚ୍ଛତାର ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି । ମାତ୍ର ରାଜ୍ୟରେ ଏହି ଭଳି ବହୁ ବିରଞ୍ଚି ସମସ୍ତ ବିଭାଗରେ ଲୁଚି ରହିଛନ୍ତି । ସେହି ସମସ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯିବା ସହିତ ସମସ୍ତ କାର୍ଯ୍ୟାଳୟମାନଙ୍କରେ ନିରପେକ୍ଷ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ଦାବି ନେଇ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ୱ ଛାତ୍ରକଂଗ୍ରେସ ସମର୍ଥକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକତ୍ର ହୋଇଥିଲେ । ସେଠାରେ ଶ୍ରୀ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ଛାତ୍ରକଂଗ୍ରେସ ପ୍ରଭାରୀ ସେକ୍ ଗୁଲ୍‌ଫାନ୍‌, ନିହାର ରଂଜନ ବେହେରା, ସାଦ୍ ସିଦ୍ଦିକି, ସତ୍ୟବ୍ରତ ବାରିକ, ବିକ୍ରମ ସେନାପତି, ଶାହାବାଜ ଖାନ୍‌, ଆଶିଷ କୁମାର ମହନ୍ତ, ଯୁବନେତା ହେମନ୍ତ ମହାପାତ୍ର, ସତ୍ୟନାରାୟଣ ପୁହାଣ, ସେକ୍ ଇଲିୟାସ୍‌, ନଫିସ୍ ଖାନ୍‌, ବବି ପ୍ରମୁଖ ରାଜ୍ୟ ସରାକରଙ୍କୁ ତୀବ୍ର ସମାଲୋଚନା କରି ବକ୍ତବ୍ୟ ରଖିଥିଲେ । ପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.