Home ଜିଲ୍ଲା ପରିକ୍ରମା ବିଦ୍ୟୁତ ବିଭାଗର ଚଢାଉ: ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ବିଦ୍ୟୁତ ବିଭାଗର ଚଢାଉ: ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

104

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଉଥ ଡ଼ିଭିଜନ (ଟିପିଏନଓଡ଼ିଏଲ) ଅଧିନରେ ଥିବା ବରପଦା, ଆଗରପଡ଼ା ଓ ବନ୍ତ ସେକ୍ସନରେ ଜାଣିଶୁଣି ବିଲ ନଦେବା, ଚୋରାରେ ବାଇପାସ କରି ବିଦ୍ୟୁତ ବ୍ୟବହାର ତଥା ଚୋରୀକୁ ରୋକିବା ନିମନ୍ତେ ବିଭାଗ ତରଫରୁ ଚଢାଉ ଜାରୀ ରହିଛି । ଏନେଇ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ପାଢୀ ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ବେହେରାଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ବିଜୟ ମହାନ୍ତି, ଆଗରପଡ଼ା ସେକ୍ସନ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବନ୍ତ ସେକ୍ସନ ଯନ୍ତ୍ରୀ ମାନସ ପଣ୍ଡାଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍ୱାର୍ଡ଼ ଗଠନ କରାଯାଇ ଚଳିତ ମାସ ୨୧ରୁ ୨୬ ତାରିଖ ମଧ୍ୟରେ ବରପଦା, କାଦବରାଙ୍ଗ, ଆପ୍ତିରା, ବିସଲକଣା, ଓଲଙ୍ଗ, କନ୍ତିଆ, ରାନ୍ଦିଆ ଆଦି ବିଭିନ୍ନ ସ୍ଥାନରେ ବକେୟା ଆଦାୟକୁ ଜୋରଦାର କରାଯାଇଛି । ଏହି ଚଢାଉ ସମୟରେ ୧୦୦ ଜଣ ଉପଭୋକ୍ତା ଚୋରାରେ ବିଦ୍ୟୁତ ବ୍ୟବହାର କରୁଥିବା ତଥା ବକେୟା ବିଲ ଅନାଦେୟ ଅଭିଯୋଗରେ ଫାଇନ କରାଯାଇ ଦେଢଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିଭଳି ବିଦ୍ୟୁତ ବିଲ ବାକି ରଖିଥିବା ଅଭିଯୋଗରେ କିଛି ବିଦ୍ୟୁତ ଉପଭୋକ୍ତାଙ୍କ ସଂଯୋଗ ବିଛିନ୍ନ କରାଯାଇଛି । ଏହି ଚଢାଉରେ ମିଟର ରିଡ଼ରଙ୍କ ସମେତ କର୍ମଚାରୀମ।।ନେ ସହଯୋଗ କରିଥିଲେ । ଏହି ଅବସରରେ ବିଭାଗ ତରଫରୁ ଜୁନ ୨୬ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ସେପ୍ଟି ଉଇକ ପାଳନ କରାଯାଉଛି । ଏହି ସମୟ ମଧ୍ୟରେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ସେବା ବିଷୟରେ ସଚେତନତା କରାଯିବ । ବିଦ୍ୟୁତ ଚୋରୀ କରିବା ଏକ ଧର୍ତ୍ତବ୍ୟ ଅପରାଧ ଓ ଏହାଦ୍ୱାରା ଲୋଭୋଲଟେଜ ସମସ୍ୟା ଦେଖାଦେବା ସହିତ ବିଭାଗ କ୍ଷତି ସହୁଛି । ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ଦେୟ ପଇଠ କରି ନୀରବଛିନ୍ନ ବିଦ୍ୟୁତ ସେବା ଉପଭୋଗ କରିବା ଆଦି ବିଷୟରେ ସଚେତନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.