Home ଜିଲ୍ଲା ପରିକ୍ରମା ଆଶା ଦିଦିଙ୍କ ଆଶା ପୂରଣ ହେଲା; ୫୭ ବର୍ଷ ବୟସରେ ମାଟ୍ରିକ୍ ପାସ୍

ଆଶା ଦିଦିଙ୍କ ଆଶା ପୂରଣ ହେଲା; ୫୭ ବର୍ଷ ବୟସରେ ମାଟ୍ରିକ୍ ପାସ୍

138

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସତରେ ପାଠ ପଢିବାରେ କୌଣସି ବୟସସୀମା ନଥାଏ । ଇଚ୍ଛାଶକ୍ତି ଥିଲେ ପଙ୍ଗୁ ଉତ୍ତଙ୍ଗ ଗିରି ଲଙ୍ଘିବା ଭଳି ୫୭ ବର୍ଷ ବୟସରେ ବି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭଣ୍ଡାରିପୋଖରୀ ବ୍ଲକ୍ କୁରିଗାଁ ପଂଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି । ଏହି ପରିଣତ ବୟସରେ ସେ ଲୋକଙ୍କୁ ସେବା ଯୋଗାଇବା ମଧ୍ୟରେ ସେ ଆଶା ଦିଦି ଭାବେ ସେବା ଯୋଗାଇବା ସହ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ଭାଷାରେ କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଯେକୌଣସି ବ୍ୟକ୍ତି ସଫଳତାର ଶୀର୍ଷ ଛୁଇଁବା ଅସମ୍ଭବ ନୁହେଁ । ଯାହା ବୟସର ଅପରାହ୍ନରେ ତାଙ୍କ ଭଳି ଜଣେ ମହିଳାଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । କାହିଁକି ନା ପାଠ ପଢିବାର ଇଚ୍ଛା ଓ ଝୁଙ୍କ ଆଗରେ ବୟସ କିମ୍ବା ଅର୍ଥ ବାଧକ ସାଜିନଥାଏ । କୁରିଗାଁ ପଂଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କୁ ହରାଇ ପିଲାଛୁଆଙ୍କ ସହ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଚଳିଆସୁଥିଲେ । ତେବେ ପରିବାରର ଆର୍ଥିକ ସଂକଟ ଯୋଗୁଁ ସପ୍ତମ ଶ୍ରେଣୀ ପାସ୍ କରିଥିବା ସ୍ୱର୍ଣ୍ଣଲତା ପ୍ରଥମେ ଗାଁ ସ୍କୁଲରେ ପାଚିକା ଭାବେ ମାସିକ ୧୦୦ ଟଙ୍କା ଦରମାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ସ୍ଥାନୀୟ ଅଂଚଳବାସୀଙ୍କ ସେବା କରିବା ମଧ୍ୟରେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ଭଲ ପାଚିକା ଓ ଆଶା ଦିଦି ଭାବେ ନିଜ ଅଂଚଳରେ ସେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.