Home କେନ୍ଦୁଝର ହାଟ ବଜାରରେ ମାତିଛନ୍ତି ମୋବାଇଲ ଲୁଟେରା

ହାଟ ବଜାରରେ ମାତିଛନ୍ତି ମୋବାଇଲ ଲୁଟେରା

30

ହାଟଡ଼ିହି, ୨୧ / ୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଓ ସୋସୋ ଥାନା ଅଞ୍ଚଳର ଛକ ବଜାର ମାନଙ୍କରେ ଦିନକୁ ଦିନ ମୋବାଇଲ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଲୁଟେରାମାନେ ଆଣ୍ଡ୍ରୟଡ ସେଟବ୍ୟବହାରକାରୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଥାନା ଅଧିନରେ ଥିବା ଛେନାପଦିଛକ ଓ ବଣିଆପଙ୍କ ହାଟରେ ଏହିଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେମାନେ ଜଳନଗହଳିର ସୁଯୋଗ ନେଇ କେବଳ ଆଣ୍ଡ୍ରୟଡ ସେଟ ଲୁଟ କରୁଛନ୍ତି । ଗତ ଏକମାସ ମଧ୍ୟରେ ଛେନାପଦିଛକର ଡେଲି ମାର୍କେଟରୁ ୧୦ରୁ ଉର୍ଦ୍ଧ ମୋବାଇଲ ଲୁଟ ହୋଇଥିବାବେଳେ ଗତ କିଛିଦିନ ମଧ୍ୟରେ ବଣିଆପଙ୍କ ହାଟରୁ ମଧ୍ୟ ୧୦ରୁ ଉର୍ଦ୍ଧ ମୋବାଇଲ ସେଟ ଚୋରି ହୋଇଛି । ଏନେଇ ପୁଲିସରେ ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁରାକ ମିଳିପାରୁନି । ବିଶେଷକରି ଭଦ୍ରକ ଅଞ୍ଚଳରୁ ଏକ ମୋବାଇଲ ଲୁଟ ର‌୍ୟାକେଟ ଏହିସବୁ ଅଞ୍ଚଳରେ ଆସି ସକ୍ରୀୟ ହେଉଥିବା ଅନୁମାନ କରାଯାଉଛି । କାରଣ ଛେନାପଦିଛକ ଓ ବଣିଆପଙ୍କ ହାଟରୁ ମୋବଇଲ ଲୁଟ କରିବା ସମୟରେ ଦୁଇ ଦୁଇଟି ଛୁଆ ଧରାପଡିଥିବାବେଳେ ସେମାନଙ୍କ ଘର ଭଦ୍ରକ ଅଞ୍ଚଳର ବୋଲି କହିଥିଲେ । କିନ୍ତୁ ବହୁତ ଛୋଟ ଛୋଟ ଶିଶୁ ହୋଇଥିବାରୁ ସେମାନଙ୍କୁ ଲୋକମାନେ ଛାଡି ଦେଇଥିଲେ । ଏବେ ସେହିଭଳି ଶିଶୁ ମାନଙ୍କ ଦ୍ୱାରା ଏପରି ମୋବାଇଲ ଲୁଟ ହେଉଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.