Home ଓଡ଼ିଶା ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

356

କୁଜଙ୍ଗ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବିଦ୍ୟୁତ୍ ଆଘାତରେ ଜଣେ ଚାଷୀର ମୄତ୍ୟୁ ହୋଇଛି । ମୄତକ ହେଉଛନ୍ତି କୁଜଙ୍ଗ ଥାନା ପାରିଅଙ୍ଗ ଅଞ୍ଚଳର ଅଭୟ ପ୍ରଧାନ । ତାଙ୍କ ବୟସ ୫୨ ବର୍ଷ ।ସୂଚନାଯୋଗ୍ୟ ଯେ, ଅଭୟ ସବୁଦିନ ଭଳି ବିଲକୁ ଚାଷକାମ କରିବା ପାଇଁ ଆଜି ମଧ୍ୟ ବିଲକୁ ଯାଇଥିଲେ। ତେବେ ବିଲ ନିକଟରେ ଯାଇଥିଲା ଏଲ.ଟି. ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା । କୌଣସି କାରଣରୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଘାତପ୍ରାପ୍ତ ହେବା ପରେ ତଳେ ପଡି ଯାଇଥିଲେ । ଫଳରେ ପାଖରେ ଥିବା ଗ୍ରାମର କିଛି ଲୋକ ତାଙ୍କୁ କୁଜଙ୍ଗ ମେଡ଼ିକାଲ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.