Home ଓଡ଼ିଶା ବାତିଲ ହେବ ପରିବହନ ବିଭାଗର ସମସ୍ତ କର୍ମଚାରୀଙ୍କୁ ଛୁଟି

ବାତିଲ ହେବ ପରିବହନ ବିଭାଗର ସମସ୍ତ କର୍ମଚାରୀଙ୍କୁ ଛୁଟି

328

ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପରିବହନ ବିଭାଗର ଛୁଟି ବାତିଲ ହୋଇଛି । ଟ୍ରାଫିକ୍ କଟକଣା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି । ପରିବହନ ବିଭାଗ ଓ ଆର୍‌ଟିଓ ଅଫିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହେବ ।

ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ । ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ୍ ହେବ । ସ୍ବତନ୍ତ୍ର କ୍ୟାମ୍ପରେ ଡିଏଲ୍‌ ଓ ଗାଡି ଡକ୍ୟୁମେଣ୍ଟସ୍ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ସେପ୍ଟେମ୍ବରରୁ ଲାଗୁ ହୋଇଛି ନୂତନ ଟ୍ରାଫିକ୍ ନିୟମ । ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମନା । ଫଳରେ ଲୋକେ ଭୟରେ ଗାଡି ମଧ୍ୟ ଘରୁ ଗାଡି ବାହାର କରୁନାହାନ୍ତି । ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମଭି ଆଇନକୁ ୩ ମାସ କେ।ହଳ କରିଛନ୍ତି ରାଜ୍ୟ ସରକାର । ତଥାପି ଆଜି ବି ଆରଟିଓ ଅଫିସରେ ଗାଡି ଚାଳକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବାଣୀବିହାରଠାରୁ ଆଚାର୍ଯ୍ୟବିହାର ଯାଏଁ ଗାଡି ଲାଇନ୍ ଲାଗିଛି । ଆରଟିଓ ୧ରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ଫିଟିନେସ୍ ପାଇଁ ଭିଡ ଜମାଇଛନ୍ତି ଗାଡି ଚାଳକ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.