Home ଓଡ଼ିଶା ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର

360

କେନ୍ଦ୍ରାପଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଗତ ଶନିବାରଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାମାବଜାର ନିକଟ କେନାଲରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଗ୍ରାମବାସୀ । ସଙ୍ଗେ ସଙ୍ଗେ ମାର୍ଶାଘାଇ ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚିଥିଲା । ଶବଟିକୁ ପାଣିରୁ ଉଦ୍ଧାର କରିବା ସହ ନିଖୋଜ ଥିବା ମହିଳାଙ୍କ ପରିବାରଲୋକଙ୍କୁ ଚିହ୍ନଟ ପାଇଁ ସୂଚନା ଦେଇଥିଲେ ।

ମହିଳା ଜଣଙ୍କ ପାଟକୁରା ଥାନା ନାଉଡି ଗ୍ରାମର ରଜନିଗନ୍ଦା ରାଉତ । ସେ ଗତ ଶନିବାରଠାରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ମିଳିବା ପରେ ମାର୍ଶାଘାଇ ପୋଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.