Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ବିଭାଗ ପକ୍ଷରୁ ଭାମ୍ୟମାଣ ଔଷଧ ବଣ୍ଟନ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଭାମ୍ୟମାଣ ଔଷଧ ବଣ୍ଟନ

6

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକର ବନ୍ତ ଓ ଆଗରପଡ଼ା ବିଦ୍ୟୁତ ସେକ୍ସନ ଅଧିନରେ ଟାଟା ପାୱାର(ଟିପିଏନ୍‌ଓଡ଼ିଏଲ୍‌)ବିଦ୍ୟୁତ୍ ବିତରଣ ସଂସ୍ଥା ପକ୍ଷରୁ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ବ୍ଲକର ସେଣ୍ଡତିରା,ନିଳୋକ,ବସନ୍ତିଆ,ବନ୍ତ ବଜାର,ପଳସା ବଜାର,ଆଡ଼ିଆ,ଚାରିଗାଁ,ଅଣିଜୋ,ଗଣ୍ଡଗୋରା ଏବଂ ଭଦ୍ରକ କ୍ଲକ ଅଧୀନ ଜଳଙ୍ଗା ଠାରେ ଭାମ୍ୟମାଣ ଔଷଧ ବିତରଣ ଭ୍ୟାନ ପହଞ୍ଚି ଲୋକମାନଙ୍କୁ ମାଗଣାରେ ଥଣ୍ଡା,ଜ୍ୱର,କାଶ,କୁଣ୍ଡିଆ,ଗ୍ୟାସ୍ ଆଦି ବିଭିନ୍ନ ଔଷଧ ଯୋଗାଇ ଦିଆଯାଇଛି ।ଫାର୍ମାସିଷ୍ଟ ଡ଼ଃ ଉର୍ମିଳା ମହନ୍ତ,ମୁକ୍ତିକାନ୍ତ ଭଟ୍ଟାରା,ଏଏନ୍‌ଏମ୍ ମଣି ସାହୁ ସମେତ ବିଦ୍ୟୁତ୍ ବିଭାଗ କର୍ମଚାରି ଦେବବ୍ରତ ମହାନ୍ତ,ଅକ୍ଷୟ କୁମାର ବେହେରା,ସାଗର କୁମାର ମହାନ୍ତି,ରାଜେଶ କୁମାର ମହାନ୍ତି,ଜୟନ୍ତ କୁମାର ପୁହାଣ,ଅତୁଳ କୁମାର ରାଉତ,ପ୍ରଶାନ୍ତ କୁମାର ରାଉତ,ହରିହାର ଦାଶ ପ୍ରମୁଖ ଔଷଧ ବିତରଣରେ ସହଯୋଗ କରିଥିଲେ ।ଗ୍ରାମାଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଟାଟା ବିଦ୍ୟୁତ କମ୍ପାନିର ଏହା ଅନନ୍ୟ ପ୍ରୟାସ ବୋଲି ବନ୍ତ ଓ ଆଗରପଡ଼ା ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଓ ମନୋରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.