Home ଜିଲ୍ଲା ପରିକ୍ରମା ବର୍ଷେ ପରେ ବି ବିଦ୍ୟାଳୟ ରୂପାନ୍ତରିକରଣ ଅଧୁରା , ଇନର୍ଭଟର ପାଇଁ ବିଡିଓଙ୍କୁ ଭେଟିଲେ ଛାତ୍ର

ବର୍ଷେ ପରେ ବି ବିଦ୍ୟାଳୟ ରୂପାନ୍ତରିକରଣ ଅଧୁରା , ଇନର୍ଭଟର ପାଇଁ ବିଡିଓଙ୍କୁ ଭେଟିଲେ ଛାତ୍ର

9

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ମୋବାରକପୁର ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ବର୍ଷେ ହେଲା ଆରମ୍ଭ ହୋଇ ଉଦଘାଟିତ ହୋଇ ସାରିଥିଲେ ମଧ୍ୟ ଇନର୍ଭଟର ବ୍ୟବସ୍ଥା କରାଯାଇ ନଥିବାରୁ ଛାତ୍ରମାନେ ମଙ୍ଗଳବାର ପାଠପଢା ଛାଡି ବିଡିଓଙ୍କୁ ସାକ୍ଷାତ କରି ପ୍ରତିକାର ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଏହି ବିଦ୍ୟାଳୟରେ ୨ଟି ଶ୍ରେଣୀ କକ୍ଷକୁ ସ୍ମାର୍ଟକ୍ଲାସ ରୁମ କରାଯାଇଛି । ପାଠପଢା ସ୍ମାର୍ଟ ବୋର୍ଡରେ ହେଉଛି । ସ୍ମାର୍ଟ ବୋର୍ଡ ପାଇଁ ଇନର୍ଭଟର ବ୍ୟବସ୍ଥା ରହିବା କଥା । କାରଣ ବିଦ୍ୟୁତ ଯୋଗାଣ ବ୍ୟାହତ ହେଲେ ସ୍ମାର୍ଟ ବୋର୍ଡ ଅଚଳ ହୋଇଯାଇଥାଏ । ପୁନଶ୍ଚ ରୁଦ୍ଧଦ୍ୱାର ସ୍ମାର୍ଟ କ୍ଲାସରୁମରେ ବିଦ୍ୟୁତ ବିନା ପାଠପଢିବା ସମ୍ଭବ ନୁହେଁ । ଏବେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଇନର୍ଭଟର ଆବଶ୍ୟକ ରହିଛି । ମାତ୍ର ଇନର୍ଭଟର ସ୍ଥାପନ କରାଯାଇନାହିଁ । ବିଦ୍ୟୁତ ବିଚ୍ଛିନ୍ନ ହେବା ଫଳରେ ସ୍ମାର୍ଟବୋର୍ଡ ଅଚଳ ଓ ପଙ୍ଖା ମଧ୍ୟ ଅଚଳ । ସ୍ମାର୍ଟ କ୍ଲାସରେ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଛାତ୍ରମାନଙ୍କ ପକ୍ଷରୁ ବିଡିଓଙ୍କୁ ବ୍ଲକ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇ ଇନର୍ଭଟର ଲଗାଇବା ପାଇଁ ନିବେଦନ କରାଯାଇଛି । ଛାତ୍ରମାନେ ପାଠପଢା ଛାଡି ବ୍ଲକରେ ପହଞ୍ôଚବା ଫଳରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା । ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣର ବହୁ କାର୍ଯ୍ୟ ଅଜଣା କାରଣ ପାଇଁ ଅଧୁରା ରହିଛି । ମାତ୍ର ରୂପାନ୍ତରିତ ବିଦ୍ୟାଳୟ ଭାବେ ସରକାରଙ୍କୁ ହସ୍ତାନ୍ତର ହୋଇଯାଉଛି । ବାସ୍ତବରେ ବର୍ଷ ବର୍ଷ ଧରି କାର୍ଯ୍ୟ ସରୁ ନାହିଁ । ଖର୍ଚ୍ଚ କରାଯାଉଥିବା ଅର୍ଥ ଓ କାର୍ଯ୍ୟର ବିବରଣୀ ସାର୍ବଜନୀନ କରାଯାଉ ନାହିଁ । ବ୍ୟାପକ ଭାବେ ଏଭଳି କାର୍ଯ୍ୟ ହାତକୁ ନିଆଯାଇଥିବାରୁ ଏହା ଅନୈତିକ ଆୟର ପ୍ରମୁଖ ଉତ୍ôସ ଭାବେ ଉଭା ହୋଇଛି । ରାଜନେତା, ଅନଭିଜ୍ଞ ତଥା ରାଜନୈତିକ ଠିକାଦାର, ଯନ୍ତ୍ରୀ ଓ ବିଡିଓଙ୍କ ସହଭାଗିତାରେ ଏଭଳି ବ୍ୟତୀକ୍ରମ କରାଯାଉଥିବା ବେଳେ ଦେଖିବାକୁ କେହି ନଥିବା ଭଳି ପ୍ରତୀୟମାନ ହୋଇଛି । ଏଥିନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଛି । ଏଭଳି ଅବସ୍ଥାରେ ରୂପାନ୍ତିକରଣର ସମସ୍ତ କାର୍ଯ୍ୟ ସମାପ୍ତ ନେଇ ବିଡିଓ କିଭଳି ପ୍ରମାଣପତ୍ର ପ୍ରଦାନ କରୁଛନ୍ତି ଓ ଉଦଘାଟନ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.