Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

7

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ସବୁଜ ସୁନ୍ଦର କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା- ୪୭୧୩ ଅନୁଯାୟୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଦ୍ୟ ପ୍ରାତଃ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ର, କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ନାୟକ, ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ପାଣିଗ୍ରାହୀ, ୨୬ ନମ୍ବର କାଉନ୍‌ସିଲର ଜୁଲୁଫୁକର ଅଲ୍ଲି, ସମାଜସେବୀକା ରାଜଲକ୍ଷ୍ମୀ ମହାପାତ୍ର, ଅଧ୍ୟାପକ ଶୁକଦେବ ପଣ୍ଡା, ଗାୟତ୍ରୀ ମହାନ୍ତି, ମଞ୍ଜୁଲତା ମହାପାତ୍ର, ରଘୁନାଥ ନାୟକ, ଗୌରାଙ୍ଗ ଦାସ, ସୁବାସ ମିଶ୍ର, ଏକ୍ରାମ ଖାଁ ଓ +୩, +୨ର ଛାତ୍ରଛାତ୍ରୀମାନେ ‘ବୃକ୍ଷ ହିଁ ଜୀବନ’ ପ୍ରଭୁତି ସ୍ଲୋଗାନ ଦେଇ ପୁରୁଣାବଜାର ପରିକ୍ରମା କରି ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.