Home ଓଡ଼ିଶା ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଙ୍କୁ ପୁରୀକୁ ମନା

ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଙ୍କୁ ପୁରୀକୁ ମନା

90

ପୁରୀ ୦୯-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ବିଭିନ୍ନ ସ୍ଥାନରେ କୋରନା ମହାମାରୀ ଦେଖାଯାଇଥିବା ଯୋଗୁଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଡ୍ରଗ୍ ଇଂନିସ୍ପେକ୍ଟରଙ୍କ ପକ୍ଷରୁ ବାହାର ଜିଲ୍ଲାରୁ ଆସୁଥିବା ମେଡିସିନ୍ ରିପ୍ରେଜେଟିଂପ୍ ମାନଙ୍କ ଉପରେ କଟକଣା ଲାଗୁ କରାଯାଇଛି। ବିଭିନ୍ନ ସମୟରେ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧିମାନେ ପୁରୀ ସହରକୁ ଆସି ସାରକାରୀ ଡାକ୍ତରଖାନା, ଘରୋଇ ନସିଂହୋମ୍, ଘରୋଇ ଡାକ୍ତରଖାନା ଓ ଡାକ୍ତର ମାନଙ୍କ ପାଖକୁ ଆସି ସାକ୍ଷାତ୍ କରିପାରିବେ ନାହିଁ ବୋଲି ଜିଲ୍ଲା ଡ଼୍ରଗ୍ ଇଂନିସ୍ପେକ୍ଟର ବାରଣ କରିଛନ୍ତି। ଯଦି କେହି ଏହି ଆଇନ୍ କୁ ଉଲ୍ଲଘନ କରନ୍ତି ସେମାନଙ୍କ ବିରୁନ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସେହିପରି ଯଦି କୌଣସି ଔଷଧ ଦୋକାନରେ ମେଡିସିନ୍ ରିପ୍ରେଜେଟିଂପ୍ ଯାଉଥିବା ଦେଖାଯିବ ତେବେ ଉଭୟ ଔଷଧ ଦୋକାନ ଓ ମେଡିସିନ୍ ରିପ୍ରେଜେଟିଂପ୍ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.