Home କେନ୍ଦୁଝର ବିଦ୍ୟାଳୟ ଏକତ୍ରୀ କରଣ ପ୍ରକ୍ର୍ରିୟାରେ ହାଟଡିହିରେ ୨୯ଟି ସ୍କୁଲ ବନ୍ଦ ହେବ

ବିଦ୍ୟାଳୟ ଏକତ୍ରୀ କରଣ ପ୍ରକ୍ର୍ରିୟାରେ ହାଟଡିହିରେ ୨୯ଟି ସ୍କୁଲ ବନ୍ଦ ହେବ

53

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପିଲା ହେଉ ନଥିବାରୁ ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୨୦୧୮ରୁ ଏହି ପ୍ରକ୍ର୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକ ବନ୍ଦ କରିଦେଉଥିବାବେଳେ ଏବେ ୪୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ଫଳରେ ହାଟଡିହି ବ୍ଲକର ୨୯ଟି ସ୍କୁଲ ବନ୍ଦ ହେବାକୁ ଯାଉଛି । ପୁର୍ବରୁ ଜୋରାଗଡିଆ, ମଧୁପୁର ବନ୍ଦ ହୋଇଯାଇ ଥିବାବେଳେ ଚଳିତ ପର୍ଯ୍ୟାୟରେ ରାଧାନଗର ପାଟଣା ପ୍ରାଥମିକ ବିଦ୍ୟାଳୟ ଡଅଁର, ସିମିଳିଆ ପ୍ରାଥମିକ ବିଦ୍ୟାଳୟ, କଇଥ ଗଡିଆ ନୁତନ ପ୍ରାଥମିକ ବିଦ୍ୟାଳୟ, କାଠିଆସରା ପ୍ରାଥମିକ ବିଦ୍ୟାଳୟ, ବେଗୁନିଆପଦି ପ୍ରାଥମିକ ବିଦ୍ୟାଳୟ, ବନ୍ତଳା ପ୍ରାଥମିକ ବିଦ୍ୟାଳୟ, ସରମୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ଧାନଘର ପ୍ରାଥମିକ ବିଦ୍ୟାଳୟ, ଚୋରଗଡିଆ ପ୍ରାଥମିକ ବିଦ୍ୟାଳୟ, ଘୁଆଳଗଡିଆ ପ୍ରାଥମିକ ବିଦ୍ୟାଳୟ, ତରାଗଡିଆ ପ୍ରାଥମିକ ବିଦ୍ୟାଳୟ, ବରାଙ୍ଗ ପ୍ରାଥମିକ ବିଦ୍ୟାଳୟ, କଦମଡିହି ପ୍ରାଥମିକ ବିଦ୍ୟାଳୟ, ନୁଆ ସିଙ୍ଗଡୋବ, ବଡତିରା ପ୍ରାଥମିକ ବିଦ୍ୟାଳୟ, ଅନନ୍ତ ଗୋପାଳ ପ୍ରାଥମିକ ବିଦ୍ୟାଳୟ, ବିଷ୍ଣୁପୁର ପ୍ରାଥମିକ ବିଦ୍ୟାଳୟ, ଏଲକଣିଆ ପ୍ରାଥମିକ ବିଦ୍ୟାଳୟ, କାହାଳିଆ ଗଡିଆ ପ୍ରାଥମିକ ବିଦ୍ୟାଳୟ, କୁରାଢ଼ଘସା ପ୍ରାଥମିକ ବିଦ୍ୟାଳୟ, ନିୟୁଦାନୀ ପ୍ରାଥମିକ ବିଦ୍ୟାଳୟ, ରରଘୁନାଥପୁର ଜନ୍ତାଳପଦି ପ୍ରାଥମିକ ବିଦ୍ୟାଳୟ, ବଣିଆରୀ ମୁଦୁଲିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମିତିରା ୟୁଜିଏମଇ ସ୍କୁଲ, ଆଗିରିଆ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଖପରାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଧୁରଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁଲପଙ୍ଖା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୋଡାସିଙ୍ଗିଡି ନୁତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତେନ୍ତୁଲିପଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ୪୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ନିଆଯାଇଛି । ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିକଟସ୍ଥ ଲିଡଙ୍ଗ ସ୍କୁଲ ମାନଙ୍କରେ ପାଠ ପଢ଼ିବାସହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ନିକଟସ୍ଥ ଲିଡଙ୍ଗ ସ୍କୁଲରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.