Home ଜିଲ୍ଲା ପରିକ୍ରମା ବିଦ୍ୟାଳୟକୁ ଆସିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ବିଦ୍ୟାଳୟକୁ ଆସିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

21

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ପ୍ରକୋପ ହ୍ରାସ ସାଙ୍ଗକୁ କୋଭିଡ ଭେକ୍ସିନ ପ୍ରସ୍ତୁତ ଓ ଟିକା ପ୍ରଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ଧିରେ ଧିରେ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ଖୋଲିବାରେ ଲାଗିଛି। ରାଜ୍ୟ ଶିକ୍ଷା ବିଭାଗର ପୂର୍ବ ଘୋଷଣା ଅନୁସାରେ ସୋମବାରଠାରୁ ସମଗ୍ର ଓଡ଼ିଶାରେ ମାଧ୍ୟମିକ ସ୍କୁଲର ନବମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ବିଭାଗର ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ଜିଲ୍ଲାର ସମସ୍ତ ହାଇସ୍କୁଲର ନବମ ଶ୍ରେଣୀ ଓ ସମସ୍ତ ସରକାରୀ ତଥା ଘରୋଇ ଜୁନିୟର ଜୁନିୟର କଲେଜଗୁଡ଼ିକର ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇଥିବା ଲକ୍ଷ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ ବିଦ୍ୟାଳୟରେ ଛାଡ଼ିବାକ ଆସିଥିବା ଦେଖିବକୁ ମିଳିଛି। ଦୀର୍ଘଦିନ ଧରି ଘରେ ରହି ଆସିଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ବେଳେ ବେଶ ଉତ୍ସାହିତ ଥିଲେ। କେବେ ସ୍କୁଲ ଖୋଲିବ ଓ ସେମାନେ ଶ୍ରେଣୀକୁ ଆସିବେ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ସବୁବେଳେ ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି। ନବମ ଶ୍ରେଣୀ ଖୋଲିବା କଥା ଘୋଷଣା ପରେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଥିଲା ବୋଲି ବିଦ୍ୟାଳୟକ ପିଲା ଛାଡ଼ିବାକୁ ଆସିଥିବା ଅଭିଭାବକମାନେ କହିଛନ୍ତି। ଯାହାବି ହେଉ କରୋନା ପ୍ରକୋପ ହ୍ରାସ ପାଇଥିବା ବେଳେ ସରକାରଙ୍କର ବିଦ୍ୟାଳୟ ଖୋଲିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। ଏମିତିକି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନ ଆସିବା ଯୋଗୁଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଚିନ୍ତିତ ରହୁଥିଲେ ବୋଲି ସେମାନେ କହିଛନ୍ତି। ତେବେ ୧୦୦ ଦିନର ପାଠପଢ଼ା ସହ ମେଟ୍ରିକ ପରୀକ୍ଷା ପାଇଁ ପୂର୍ବରୁ ଦଶମ ଶ୍ରେଣୀ ଖୋଲିଥିବା ବେଳେ ଏବେ ନବମ ଶ୍ରେଣୀ ପିଲା ଆସିବା ଦ୍ୱାରା ବିଦ୍ୟାଳୟର ପୂର୍ବ ପରିବେଶ ସୃଷ୍ଟି ହୋଇପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ୭୫ ପ୍ରତିଶତ ଉପସ୍ଥାନ ପରିଲକ୍ଷିତ ହୋଇଥିବା ପ୍ରଧାନ ଶିକ୍ଷକମାନେ ସୂଚନା ଦେଇଛନ୍ତି। ଯେହେତୁ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି, ସେହିକ୍ରମରେ ଦୁଇ ଶ୍ରେଣୀର ପିଲାଙ୍କୁ ଏକକାଳୀନ ପଢ଼ାଇବାକୁ ଶ୍ରେଣୀଗୃହ ଅଭାବ ରହିଛି। ଏପରି ସ୍ଥଳେ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ନବମ ଶ୍ରେଣୀରେ ପାଠପଢ଼ା ହେବ ଏବଂ ୧୧ଟାରୁ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.