Home ଜିଲ୍ଲା ପରିକ୍ରମା ବଗଳାଦେବୀଙ୍କ ଜନ୍ମୋତ୍ସବ ଉଦଘାଟିତ

ବଗଳାଦେବୀଙ୍କ ଜନ୍ମୋତ୍ସବ ଉଦଘାଟିତ

18

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ କୁରୁଡା ଠାରେ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମା ବଗଳାଦେବୀଙ୍କ ଜନ୍ମୋତ୍ସବ ଏବଂ ଶ୍ରୀ ପିତାମ୍ବରା ସିଧମହାପୀଠର ସପ୍ତମ ବାର୍ଷିକୋତ୍ସବ ଏକ ଭକ୍ତିମୟ ପରିବେଶରେ ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ସହର ତଥା ଅଖାପାଖ ଅଂଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କର ଏହି ପୀଠରେ ସମାଗମ ହୋଇଥିଲା। ଏହି ଅବସରରେ ଭକ୍ତମାନଙ୍କର ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା ଏବଂ ପୁରୁଷ ଭକ୍ତମାନେ ଏକ ଶୋଭାଯାତ୍ରା ମନ୍ଦରିରୁ ବାହାରି ସରସ୍ୱତୀପୁର ଗାଁ ପୁଷ୍କରିଣୀ ନିକଟରେ ପହଂଚିଥିଲେ। ଶଙ୍ଖ, ହୁଳହୁଳି, ଘଂଟ, ଘଂଟା, ମୃଦଙ୍ଗ ଧ୍ୱନିରେ କମ୍ପିଉଠୁଥିଲା ସମଗ୍ର ଅଂଚଳ। ପୁଷ୍କରିଣୀ ଘାଟରେ ବିଶେଷ ପୂଜାର୍ଚନା କରାଯାଇ ଘଟଉତୋଳନ ପରେ ଭକ୍ତମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭଜନ, କୀର୍ତନରେ ମଜିଯାଇ ଭକ୍ତମାନେ ନିଜକୁ ହଜାଇ ଦେଇଥିବାର ଦେଖିବାକୁ ଥିଲେ। ଏହି କଳସ ଶୋଭାଯାତ୍ରା ଅତ୍ୟନ୍ତ ମନମୁଗ୍ଧକରଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀ ମନ୍ଦିରରୁ ମାଙ୍କ ଯଜ୍ଞମଣ୍ଡାପକୁ ଆଗମନ, ଅର୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି କରାଯିବା ସହ ସଂନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମାଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା। ମଙ୍ଗଳବାର ଓ ବୁଧବାର ଦୁଇଦିନ ବ୍ୟାପୀ ମାଙ୍କୁ ବିଶେଷ ରୀତିନୀତି ଅନୁସାରେ ପୂଜା କରାଯିବାସହ ଶେଷଦିନ ମହାମୃତ୍ୟୁଞ୍ଜୟଙ୍କର ଜଳାଭିଷେକ, ଦୁଗ୍ଧାଭିଷେକ, ଦଧ୍ୟାଭିଷେକ, ଘୃତ୍ୟାଭିଷେକ, ଶର୍କରାଭିଷେକ ସମେତ ହରିଦ୍ରାଭିଷେକ, କୁଙ୍କୁମାଭିଷେକ ପରେ ରାଜବେଶ କରାଯିବ ବୋଲି ପୀଠାଧିଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜ ସୂଚନା ଦେଇଛନ୍ତି। ବିଶେଷ ଭାବେ ପୂର୍ଣ୍ଣାହୂତି ଅବ୍ୟବହିତ ପୂର୍ବରୁ ମାଙ୍କ ନିକଟରେ ୧୦୦୮ ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଲାଗି କରାଯିବାର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଥିଲେ। ଏହି ଦିନମାନଙ୍କ ରେ ମାଙ୍କୁ ଦର୍ଶନ କଲେ ସାତ ଜନ୍ମର ପୂଣ୍ୟ ମିଳିଥାଏ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.