Home ଜିଲ୍ଲା ପରିକ୍ରମା ବିଦ୍ୟାର୍ଥୀ ମାନେ ନିଜ ପକେଟ ମନି ଓ କୁମ୍ପି ଭାଙ୍ଗି ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ...

ବିଦ୍ୟାର୍ଥୀ ମାନେ ନିଜ ପକେଟ ମନି ଓ କୁମ୍ପି ଭାଙ୍ଗି ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନକଲେ

52

ମାଲକାନଗିରି,୨୧ା୨ (ଓଡିଆ ପୁଅ) ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ରଦେଶ ବାସୀ ମୁକ୍ତହସ୍ତରେ ଦାନପ୍ରଦାନ କରିଥିବା ବେଳେ ସେଥିରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଜିଲ୍ଲାର ବିଭିନ୍ନ ବର୍ଗର ଲୋକମାନେ ରାମମନ୍ଦିର ନିର୍ମାଣପାଇଁ ଅର୍ଥ ଦାନକରିଥିବା ବେଳେ ଆଜି ଦାନସଂଗ୍ରହର ଅନ୍ତିମ ଦିନରେ ଦାନ କରିବାକୁ ଆଗେଇ ଆସିଛନ୍ତି କୁନିକୁନି ପିଲା ଓ ବିଦ୍ୟାର୍ଥୀ ମାନେ । ସେମାନଙ୍କ ପକେଟ ମନି ଓ କୁମ୍ପି ଭାଙ୍ଗି ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ରାମସେତୁ ନିର୍ମାଣ ସମୟରେ ଗୁଣ୍ଡୁଚି ମୂଷାର ସହାୟତା ପରି ୨୨୨୨.୦୦ଟଙ୍କା ଅର୍ଥଦାନ କରିଛନ୍ତି । ଏହି ବିଦ୍ୟାର୍ଥୀ ମାନେ ହେଲେ ମାଲାକନଗିରି ଜିଲ୍ଲା ବାଲିମେଳା ସହରର ୯ଜଣ ଛାତ୍ର ଛାତ୍ରୀ ।ସେମାନଙ୍କ ମଧ୍ୟରୁ ୧୨ବର୍ଷ ବୟସ୍କ ପ୍ର ଜ୍ଞାପ୍ରକାଶ ନିଜ କୁମ୍ପିରେ ସଚଂୟ କରିରଖିଥିବା୧୦୨୬ଟଙ୍କା,ପରେଶକୁମାର ସାହୁ ୪୧୫ଟଙ୍କା,ଶୁଭମ ପାଇକରାୟ,ଇତିଶ୍ରୀ କବାସୀ,ଶାରଳାସାହୁ,ଶୁଶ୍ରୀ ପଣ୍ଡା,ରୁଦ୍ରପ୍ରସାଦ ସାମନ୍ତାରାୟ, ଓମ ବିଷ୍ଣୁ ସନିଆ ଓ ରାଜକିରଣ ପାତ୍ର ମିଶିକି ୭୮୧ଟଙ୍କା ମୋଟ ୨୨୨୨ ଟଙ୍କା ଜିଲ୍ଲା ନିଧୀ ସଂଗ୍ରହ ସମିତିକୁ ଦାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.