Home ଜିଲ୍ଲା ପରିକ୍ରମା କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ପ୍ରେସର ବମ ବିସ୍ପୋରଣରେ ଜଣେ ବିଏସଏଫ ଯବାନ ଗୁରୁତର

କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ପ୍ରେସର ବମ ବିସ୍ପୋରଣରେ ଜଣେ ବିଏସଏଫ ଯବାନ ଗୁରୁତର

27

ମାଲକାନଗିରି,୨୧ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କିଛି ଦିନର ନିରବତା ପରେ ପୁଣି ମାତିଉଠିଛନ୍ତି ମାଓବାଦୀ ,କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ଯବାନମାନଙ୍କୁ ଟାର୍ଗେଟ କରି ପୋତିଥିବା ପ୍ରେସର ବମ ବିସ୍ପୋରଣରେ ଜଣେ ବିଏସଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ସକାଳେ ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପଚାଂୟତ ନିକଟବର୍ତି ଗୁଗାପଦର ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତକ୍ୟାମ୍ପ ଚାଲିଥିବାର ଖବର ପାଇ ସେଠାକୁ କର୍ତନପାଲି ଠାରେ ଅବସ୍ଥାପିତ ୧୬୦ ବାଟେଲିୟନ ବିଏସଏଫ ଯବାନ ମାନେ କୁମ୍ବିଂଅପରେସନରେ ଯାଇଥିଲେ । ଯବାନ ମାନେ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ଆଗରେ ଯାଉଥିବା ଜଣେ ଯବାନଙ୍କ ଗୋଡ ରାସ୍ତାରେ ପକାଯାଇଥିବା ଡାଳପତ୍ର ଉପରେ ପଡି ଯିବାରୁ ହଟାତ ପ୍ରଚଣ୍ଡ ବିସ୍ପୋରଣ ଘଟି ଯବାନ ଜଣଙ୍କ ଦୁରକୁ ଛିଟିକି ପଡିଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ଯବାନ ମାନେ ସତର୍କତାର ସହିତ ହୁସିଆର ହୋଇ ଆହତ ଯବାନ ଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ବିଏସଏଫ କ୍ୟାମ୍ପକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ ।ଯବାନଙ୍କ ଗୋଡରେ ଆଘାତ ଲାଗି ସେ ଗୁରୁତର ହୋଇପଡିବାରୁ ତାଙ୍କୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଇପୁର ହସପିଟାଲକୁ ସ୍ଥାନାନ୍ତରିତ କରିଦିଆ ଯାଇଛି । ଆହତ ଯବାନ ଜଣଙ୍କ ନାମ ଧର୍ମେନ୍ଦ୍ର ସାହୁ ବୋଲି ଜଣାପଡିଛି । ସେହି ଙ୍ଗଲରେ ଅଧିକ ବିଏସଏଫ ଯବାନ ପହଁଚି ସର୍ଚଅପରେସନ ଆରମ୍ଭ କରିଦେଛନ୍ତି । ପୁବ ର୍ରୁ ଯବାନ ମାନଙ୍କ ଚଲାରାସ୍ତାରେ ମାଓବାଦୀମାନେ ଅତିଚତୁରାତାରା ସହିତ ମାଟିତଳେ ପ୍ରେସର ବମ ଖଜିଂ ତାଉପରେ ଡାଳ ପତ୍ର ପକାଇ ଦେଇଥିଲେ । ଯବାନ ଜଣଙ୍କ ଅନ୍ୟମନସ୍କ ହୋଇ ସେହି ଡାଳ ପତ୍ର ଉପରେ ଗୋଡପକାଇବା ମାତ୍ରେ ବିସ୍ପୋରଣ ଘଟିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.