Home କେନ୍ଦୁଝର ବିଡିଓ ଗଲେ ଛୁଟିରେ ଭାରପ୍ରାପ୍ତ ବିଡିଓଙ୍କ ଯୋଗଦାନ

ବିଡିଓ ଗଲେ ଛୁଟିରେ ଭାରପ୍ରାପ୍ତ ବିଡିଓଙ୍କ ଯୋଗଦାନ

76

ହାଟଡିହି, ୨୦ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଛୁଟିରେ ଯାଇଛନ୍ତି । ସେ ଆଜିଠାରୁ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଲମ୍ବା ଛୁଟିରେ ଯାଉଥିବାରୁ ବ୍ଲକ କାର୍ଯ୍ୟ ତୁଲାଇବା ପାଇଁ ଭାରପ୍ରାପ୍ତ ବିଡିଓ ଭାବେ ବିଚିତ୍ର କୁମାର କରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି । ସେ ଆଜି ଆସି କାର୍ଯ୍ୟରେ ଯୋଗଦେବା ସହିତ ଭାର ଗ୍ରହଣ କରିଛନ୍ତି । ସେହିପରି ହାଟଡିହି ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଅରବିନ୍ଦ ଆରୁଖଙ୍କର ଏଠାରୁ ଚମ୍ପୁଆ ବ୍ଲକକୁ ବଦଳି ହୋଇଯିବାପରେ ଆନନ୍ଦପୁର ବ୍ଲକରେ କାର୍ଯ୍ୟକରୁଥିବା ସୁଶାନ୍ତ କୁମାର ସାମଲ ହାଟଡିହି ବ୍ଲକର ସହକାରୀଯନ୍ତ୍ରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.