Home କେନ୍ଦୁଝର ଶାସଙ୍ଗରେ ଭାଗବତ ଜନ୍ମୋତ୍ସବ ପାଳିତ

ଶାସଙ୍ଗରେ ଭାଗବତ ଜନ୍ମୋତ୍ସବ ପାଳିତ

27

ହାଟଡିହି, ୨୦/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଠାରେ ଭାଗବତ ଜନ୍ମୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିଲାଗି ଆଜି ସକାଳୁ ନିକଟସ୍ଥ ବାଲିଆ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ ଗ୍ରାମପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ କଳଶ ସ୍ଥାପନ କରାଯାଇ ପଣ୍ଡିତ ଚିନ୍ତାମଣୀ ପାଢ଼ୀ, ମୋହନ ପ ।ଢ଼ୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଖଗେଶ୍ୱର ବାରିକ, ରାଜକିଶୋର ସାହୁ, ପ୍ରଫୁଲ ନାୟକ କତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ଏଥିରେ ଶାସଙ୍ଗ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହିତ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଦୁର୍ଯ୍ୟୋଧନ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, ସଞ୍ଜିବ କୁମାର ସ୍ୱାଇଁ. ନୀରଞ୍ଜନ ବିଶ୍ୱାଳ, ମଧୁସୁଦନ ସାମଲ, ପୁର୍ଣ୍ଣଚନ୍ଦ୍ର ଯେନା, ସତ୍ୟାନନ୍ଦ ଯେନା, ନିମାଇଁ ଯେନା, ସୁରଥ ବେହେରା, ଅଭୟ ବିଶ୍ୱାଳ, ସୁବାସ ବିଶ୍ୱାଳ, ବାବନ ସାହୁ, ଚକ୍ରଧର ସାହୁ, ଚୈତନ ଘଡେଇ, ଉଦୟନାଥ ବାରିକ, ନରହରି ଯେନା, ବିଶ୍ୱନାଥ ଯେନା, ନରହରି କୁଅଁର, ହାଡିବନ୍ଧୁ ବିଶ୍ୱାଳ, ବାରିଜ କୁମାର ସ୍ୱାଇଁ, ଦିପ୍ତୀ ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନୁତନକରି ଗଢ଼ିଉଠିଥିବା ଏହି ଭାଗବତ ଟୁଙ୍ଗିରେ ଓଡିଆ ଜାତିର ଆରାଧ୍ୟ ଗ୍ରନ୍ଥ ଭାଗବତ ତଥା ଓଡିଆ ସଂସ୍କୃତିର ମୁଖ୍ୟ ପରିଚୟ ଭାଗବତ ବାଣୀର ପ୍ରଚାର ପ୍ରସାର କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପାଠ କରାଯାଇ ପୂଜାର୍ଚ୍ଚନା କରାଯାଇ ଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.