Home ଜିଲ୍ଲା ପରିକ୍ରମା ବିଜୟଶ୍ରୀଙ୍କ ଜନ୍ମମାଟି ମୁକୁନ୍ଦପୁରରେ ଶେଷକୃତ୍ୟ ସମ୍ପନ୍ନ , ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍ ଅନର, ତିହିଡ଼ି...

ବିଜୟଶ୍ରୀଙ୍କ ଜନ୍ମମାଟି ମୁକୁନ୍ଦପୁରରେ ଶେଷକୃତ୍ୟ ସମ୍ପନ୍ନ , ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍ ଅନର, ତିହିଡ଼ି ବାସୀଙ୍କପକ୍ଷରୁ ଶୋକାକୁଳ ବିଦାୟ, ପୈତୃକ ଶ୍ମଶାନରେ ଜଳିଲା ଜୁଇ

55

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ତଥା ବିଜୟଶ୍ରୀ ରାଉତରାୟଙ୍କ ଶେଷକୃତ୍ୟ ଆଜି ତିହିଡ଼ି ବ୍ଲକ ଅଧୀନ ତାଙ୍କ ଜନ୍ମମାଟି ମୁକୁନ୍ଦପୁର ଠାରେ ସମ୍ପନ୍ନ କରାଯାଇଛି । ସ୍ୱର୍ଗତ ରାଉତରାୟଙ୍କ ମରଶରୀର ଭୁବନେଶ୍ୱରରୁ ଆସି ଭଦ୍ରକ ବିଜେଡି କାର୍ଯ୍ୟାଳୟରେ ପହଞ୍ôଚବା ପରେ ସେଠାରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ସେଠାରୁ ତାଙ୍କର ୪୫ବର୍ଷର କର୍ମକ୍ଷେତ୍ର ବାସୁଦେବପୁରକୁ ନିଆଯାଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ତିହିଡ଼ି ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ପହଞ୍ôଚଥିଲେ । ସେଠାରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ଦୀର୍ଘ ସମୟ ଧରି ଉପସ୍ଥିତ ଥିବା ଶୋକାକୁଳ ନେତା, କର୍ମୀ ଓ ବାବୁଲିପ୍ରେମୀମାନେ ତାଙ୍କ ମରଶରରୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ, ହରିହର ସେନାପତି, ହରେକୃଷ୍ଣ ଜେନା, ଦେବେନ୍ଦ୍ର ପୁହାଣ, ବିଶ୍ୱଜିତ୍ ବେହେରା, ଗଣେଶ ବିଶ୍ୱାଳ, ବସନ୍ତ ପତି, କମଳାକାନ୍ତ ସ୍ୱାଇଁ, ସୁଭେନ୍ଦୁ ମଲ୍ଲିକ, କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, ଅନିରୁଦ୍ଧ ବାରିକ, କୈଳାସ ରାଉଳ, ନିତ୍ୟାନନ୍ଦ ବେହେରା, ବିଭୂତି ଭୂଷଣ ପାଟ, ବାଦଲ ମହାଳିକ, ଅଶୋକ ପଣ୍ଡା, ସୁଜିତ୍ ପ୍ରଧାନ, ଅଜୟ ବେହେରା, ପୀତାମ୍ବର ସେଠୀ, ପ୍ରଦୀପ ସାହୁ, ଉମାକାନ୍ତ ସେଠୀ, ଉତ୍ତମ ମହାପାତ୍ର, ହେମନ୍ତ ମହାନ୍ତି, ପଦ୍ମଲୋଚନ ପତି, ଲଳିତ ମୋହନ ନାୟକ, ବିଷ୍ଣୁ କୁଅଁର, ସୁରେନ୍ଦ୍ର ନାୟକ, କୈଳାସ ବେହେରା, ପ୍ରଦୀପ ଦାସ, ବିଷ୍ଣୁ ଚନ୍ଦ୍ର ଦାସ, ସହଦେବ ଦଳେଇ, ସରପଞ୍ଚ ପ୍ରଦୀପ ପଣ୍ଡା, ବିପିନ ବେହେରା, ବୈକୁଣ୍ଠ ପାଣି, ଅଦୈତ୍ୟ ଜେନା, ସମିତିସଭ୍ୟ ସଂଗ୍ରାମ ଦାସ, ଦାଶରଥି ମହାପାତ୍ର, ସୌମ୍ୟରଂଜନ ପରିଡ଼ା, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ମୁକୁନ୍ଦପୁରକୁ ନିଆଯାଇଥିଲା ।

ତିହିଡ଼ିରୁ ମୁକୁନ୍ଦପୁର ଯିବା ସମୟରେ ବିଭିନ୍ନ ସ୍ଥାନରେ ଶୋକାକୁଳ ଜନତା ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ଶୋଭାଯାତ୍ରାରେ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯିବା ପରେ ପୈତୃକ ଶ୍ମଶାନରେ ଥିବା ତାଙ୍କ ଦିବଂଗତ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସମାଧି ନିକଟକୁ ନିଆଯାଇଥିଲା । ସେଠାରେ ପ୍ରଶାସନ ପକ୍ଷରୁ ସ୍ୱର୍ଗତ ମନ୍ତ୍ରୀ ଶ୍ରୀ ରାଉତରାୟଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଜିଲାପାଳ ଡ. ଜ୍ଞାନ ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଉପଜିଲାପାଳ ପୀତାମ୍ବର ସାମଲ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ କୁମାର ସାହାଣୀ, ତିହିଡ଼ି ଥାନା ଭାରପ୍ରାପ୍ତ ଅଧିକାରୀ ତପନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ପରେ ବଡ଼ ପୁଅ ଦୁର୍ଗାଦତ୍ତ ରାଉତରାୟ ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ, ବାସୁଦେବପୁର ବିଧାୟକ ତଥା କନିଷ୍ଠ ପୁତ୍ର ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଜିଲାପରିଷଦ ସଭ୍ୟ ଚିନ୍ତାମଣି ଦାସ, ପୂର୍ବତନ ଭଦ୍ରକ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ବରିଷ୍ଠ ନେତା ବସନ୍ତ ନାୟକ, ହିମାଦ୍ରୀ ରଉତରାୟ, ପଞ୍ଚାୟତ ବିଜେଡି ସଭାପତି ଗଣେଶ ନାୟକ, ମୁକୁନ୍ଦପୁର ସରପଞ୍ଚ କୀର୍ତ୍ତନ ରାଉତ, ସମିତିସଭ୍ୟାଙ୍କ ପ୍ରତିନିଧି ସୁରେଶ ମହାପାତ୍ର, ପୂର୍ବତନ ସମିତିସଭ୍ୟ ଉମାକାନ୍ତ ଦାସ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବାବୁଲିପ୍ରେମୀ ଶେଷକୃତ୍ୟ ସମୟରେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.