Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଧାମରା ଅଂଚଳ ଗସ୍ତ, ଡ୍ରେନେଜ୍ ମାଷ୍ଟରପ୍ଲାନ୍‌ର କାର୍ଯ୍ୟକାରିତା ନେଇ ସମୀକ୍ଷା

ଜିଲାପାଳଙ୍କ ଧାମରା ଅଂଚଳ ଗସ୍ତ, ଡ୍ରେନେଜ୍ ମାଷ୍ଟରପ୍ଲାନ୍‌ର କାର୍ଯ୍ୟକାରିତା ନେଇ ସମୀକ୍ଷା

33

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ୟାସ୍ ବାତ୍ୟା ଧାମରା ଅଂଚଳରେ ନିଜର ତାଣ୍ଡବ ରଚି ଚାଲିଯାଇଛି । ଏହାପରେ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଏ ଅଂଚଳ ଗସ୍ତ କରି ବାତ୍ୟା ଜନିତ ବନ୍ୟାର ମୁଖ୍ୟ କାରଣ ଜଳ ନିଷ୍କାସନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ଏହାର କିଭଳି ସମାଧାନ ହୋଇପାରିବ, ସେ ଦିଗରେ ବିଚାର ବିମର୍ଶ କରିଛନ୍ତି । ଏବଂ ମୁଖ୍ୟ ସମସ୍ୟା ଜଳ ନିଷ୍କାସନ ଦିଗରେ ସୁବନ୍ଦୋବସ୍ତ କରିବା ପାଇଁ ଅଧିକ ଆଡିବନ୍ଧ ନିର୍ମାଣର ପ୍ରତିଶ୍ରୁତି ଦେଇଯାଇଛନ୍ତି । ଏହା ପରେ ପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସ ଧାମରା ଅଂଚଳ ଗସ୍ତ କରି ଜଳ ନିଷ୍କାସନ ଦିଗରେ ଡ୍ରେନେଜ୍ ମାଷ୍ଟର ପ୍ଲାନ୍‌ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି । ଏହି ଗସ୍ତ କାଳରେ ତାଙ୍କ ସହ ଅତିରିକ୍ତ ଜିଲାପାଳ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଜଳସେଚନ ବିଭାଗର ଏସ୍‌ଡିଓ, ଚାନ୍ଦବାଲି ତହସିଲଦାର ଏବଂ ଧାମରା ପୋର୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.