Home ଜିଲ୍ଲା ପରିକ୍ରମା ୨୬ତମ ବଳରାମ ମେମୋରିଆଲର କ୍ରିକେଟ ଟୁୁର୍ଣ୍ମାମେଣ୍ଟ ଉଦ୍‌ଯାପିତ, କ୍ରିଏଟିଭ କ୍ରିକେଟ କ୍ଲବ ଯାଜପୁରର ପଲ୍ଲାସାହି ଚମ୍ପିୟାନ...

୨୬ତମ ବଳରାମ ମେମୋରିଆଲର କ୍ରିକେଟ ଟୁୁର୍ଣ୍ମାମେଣ୍ଟ ଉଦ୍‌ଯାପିତ, କ୍ରିଏଟିଭ କ୍ରିକେଟ କ୍ଲବ ଯାଜପୁରର ପଲ୍ଲାସାହି ଚମ୍ପିୟାନ ଓ ଭଦ୍ରକ ଇଛାପୁର ରନର୍ସକପ

75

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁଜଶ୍ରୀ ଯୁବ ପରିଷଦ ଆନୁକୂଲ୍ୟରେ ଅସୁରାଳିିଠାରେ ୨୬ତମ ବଳରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କ୍ରିଏଟିଭ କ୍ରିକେଟ କ୍ଲବ ଯାଜପୁରର ପଲ୍ଲାସାହି ଓ ଏସ.ଏମ.ସିଟି, ଇଛାପୁର ଭଦ୍ରକ ମଧ୍ୟରେ ହୋଇଥିଲା । ଯାଜପୁରର ପଲ୍ଲାସାହି ପ୍ରଥମେ ଟସ ଉଇନ କରି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ସୀମିତ ୨୦ ଓଭର ମଧ୍ୟରେ ୧୧୩ ରନ ସଂଗ୍ରହ କରିଥିବାବେଳେ ତାର ଜବାବରେଏସ.ଏମ.ସିଟି, ଇଛାପୁର ଭଦ୍ରକ ତାର ସମସ୍ତ ଉଇକେଟ ହରାଇ ମାତ୍ର ୬୫ ରନ୍ ସଂଗ୍ରହ କରି ଥିଲା । କ୍ରିଏଟିଭ କ୍ରିକେଟ କ୍ଲବ ,ପଲ୍ଲାସାହି,ଯାଜପୁର ବିଜୟ ଲାଭ କରିଥିଲା । ଟୁର୍ଣ୍ଣର୍ାମେଣ୍ଟର ଉଦଯାପନୀ ସଭାରେ ଆଇନଜୀବୀ ଧିରେନ୍ଦ୍ର ନାୟକଙ୍କ ସଭାପତିତ୍ୱ କରିଥିଲେ ।

ମୁଖ୍ୟଅତିଥ ôଭାବେ ବରିଷ୍ଠ ବିଜେଡି ନେତା ତଥା ହସନାବାଦର ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ତଥା ରାଜ୍ୟ ଶୃଖଂଳାକମିଟି ଅଧ୍ୟକ୍ଷ ରବି ନାରାୟଣ ଖିଲାର, ବରେଣ୍ୟ ଅତିଥିଭାବେ ପ୍ରଧାନଶିକ୍ଷୟତ୍ରୀ ଜାନକୀ ପାଢୀ,ସମାଜସେବୀ ତଥା ଓଡିଶା ତେଜସ୍ନିନୀ ମହିଳା ସଂଗଠନର ସଂପାଦିକା ସୁଶ୍ରୀ ଅଂଜନା ମିଶ୍ର, ଶିକ୍ଷାବିତ ତଥା ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଅମରେନ୍ଦ୍ର ନାୟକ, ସାମ୍ବାଦିକ ସନ୍ତୋଷ ଦାସ,ହାସ୍ୟ ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟିରିଆ,ଅସୁରାଳି ବିଜେଡି ନେତା ଅରୁ ସାହୁ ,ଅଶୋକ ଦାସ,ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ୪ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚରେ ବିଜେତା ଦଳକୁ ଆକର୍ଷଣୀୟ ଉପହାର ଦିଆଯାଇଥିଲା ।ବିଜେତା ଦଳ କ୍ରିଏଟିଭ କ୍ରିକେଟ କ୍ଲବ ଯାଜପୁରର ପଲ୍ଲାସାହି କୁ ନଗଦ ୧୮ ହଜାର ଟଙ୍କା ଦିଆଯାଇଥିବାବେଳେ ରନର୍ସ ଦଳକୁ ଏସ.ଏମ.ସିଟି, ଇଛାପୁର ଭଦ୍ରକକୁ ୪ ହଜାର ଟଙ୍କା ଦିଆ ଯାଇଥିଲା । ସିରିଜର ବେଷ୍ଟ ବ୍ୟାଟସ ମ୍ୟାନ ଭାବେ ପାଳସାହି ର ଦେବୁ ,ମୂଲ୍ୟବାନ ଖେଳାଳୀ ଭାବେ ପାଳସାହି ର ଅକ୍ଷୟ,ବେଷ୍ଟ ବୋଲର ଭାବେ ଇଛାପୁରର ଅନିଲ, ବେଷ୍ଟ କିପର ଭାବେ ପାଳସାହିର ରିଣ୍ଟୁ ରାଉତ,ମ୍ୟାନ ଅଫ ଦି ମ୍ୟାଚ ପାଳସାହିର ଦୀପକ ଓ ମ୍ୟାନ ଅଫ ଦି ସିରିଜ ଇଛାପୁରର ଲଲାଟେନ୍ଦୁଙ୍କୁ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.