Home ଜିଲ୍ଲା ପରିକ୍ରମା ଧାରଣାରେ ବସିଥିବା ପିଇଓଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି

ଧାରଣାରେ ବସିଥିବା ପିଇଓଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି

19

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭେଟିଛନ୍ତି । ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାର ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ୧୮ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ତେବେ ଆନ୍ଦୋଳନରେ ବସିଥିବା ପିଇଓଙ୍କ ସହ ବିଭିନ୍ନ ସମସ୍ୟା ଦାବିକୁ ନେଇ ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ । ନୂଆ ପଦବୀ ପୂରଣ, ପଦୋନ୍ନତି ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାବି ଯୁକ୍ତିଯୁକ୍ତ ଥିବା କଥା କହିଛନ୍ତି । ଏହି ସମସ୍ୟା ବିଷୟରେ ସେ ସରକାରଙ୍କୁ ଅବଗତ କରିବେ ଓ ଚିଠି ମାଧ୍ୟମରେ ଜଣାଇବେ ବୋଲି ଧାରଣାସ୍ଥଳରେ ସେ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.