Home ଓଡ଼ିଶା ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ

ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ

156

ବିଜେପୁର,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର । ସକାଳ ୭ଟାରୁ ଆରମ୍ଭ କରି ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ସହ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏଥିପାଇଁ ୩୨ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ CRPF, ଜଣେ ଅତିରିକ୍ତ ଏସପି, ୭ଜଣ ଡିଏସପି, ୭୫ ଜଣ ସବଇନିସ୍ପେକ୍ଟର, ୧୧୩ଜଣ ଏଏସଆଇଙ୍କୁ ନିଯୁକ୍ତ କରାଯାଇଛି । ଅନ୍ୟପଟେ ୩ଟି ବ୍ଲକରେ ୬ଟି ମଡେଲ ବୁଥ ରହିଥିବାବେଳେ ୨୮ଟି ବୁଥରେ ୱେବ କାଷ୍ଟିଂ କରାଯିବ ।  ସେହିପରି ୧୪ଟି ବୁଥରେ CCTV ବ୍ୟବସ୍ଥା କରାଯାଇଥିବା ବେଳେ ୧୬ଟି ବୁଥର ନିର୍ବାଚନ ପକ୍ରିୟାକୁ ଭିଡ଼ିଓଗ୍ରାଫି କରାଯିବ । ୭୭ଟି ବୁଥ ପାଇଁ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିବାବେଳେ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.