Home ଓଡ଼ିଶା  ଆଜି ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ

 ଆଜି ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ

113

ଭୁବନେଶ୍ୱର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ । ସକାଳ ୭ଟାରୁ ଅପରାହ୍ଣ ୫ଟା ପର‌୍ୟ୍ୟନ୍ତ ମତଦାନ ହେବ। ଏହି ଉପନିର୍ବାଚନରେ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକକୁ ​‌ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୩୨ହଜାର ୨୬୪ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୨୮୫ଟି ବୁଥ କରାଯାଇଛି। ଏସବୁ ବୁଥ ଭିତରୁ ୧୨୯ଟି ସମ୍ବେଦନଶୀଳ ଏବଂ ୬ଟି ମାଓପ୍ରବଣ ଅଞ୍ଚଳରେ ବୁଥ ରହିଛି।ଘମାଘୋଟ ଲଢ଼େଇ ଭିତରେ ଅନୁଷ୍ଠିତ ହେଉଥିବା ଏହି ଭୋଟ ସମୟରେ ବିଜେପୁରର ତିନିଟି ବ୍ଲକ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ି ନଯିବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ୧୪ଟି ସ୍ଥାନରେ ସିସିଟିଭି ଲଗାଯାଇଥିବାବେଳେ ୭୭ଟି ସ୍ଥାନରେ ମାଇକ୍ରୋ ପର‌୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.