Home ଜିଲ୍ଲା ପରିକ୍ରମା ବିଜେପି ସମର୍ଥୀତ ସରପଞ୍ଚଙ୍କ କାର୍ଯ୍ୟରେ ବିଡିଓଙ୍କ ବାଧାସୃଷ୍ଟି ଆଭିମୁଖ୍ୟକୁ ପ୍ରଶ୍ନକଲା ବିଜେପି; ବୁଧବାର ଦେବ ଧାରଣା

ବିଜେପି ସମର୍ଥୀତ ସରପଞ୍ଚଙ୍କ କାର୍ଯ୍ୟରେ ବିଡିଓଙ୍କ ବାଧାସୃଷ୍ଟି ଆଭିମୁଖ୍ୟକୁ ପ୍ରଶ୍ନକଲା ବିଜେପି; ବୁଧବାର ଦେବ ଧାରଣା

41

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ମନରେଗା ଯୋଜନା କାର୍ଯ୍ୟରେ ସହଯୋଗ ପରିବର୍ତ୍ତେ ବିଜେପି ସମର୍ଥୀତ ରହଣିଆ, ନପଙ୍ଗ, ନଗୁଆ ଓ ଜଳମଣ୍ଡୁଆ ପଞ୍ଚାୟତଗୁଡିକୁ ପ୍ରକଳ୍ପ ଅନୁମୋଦନରେ ବାଧାସୃଷ୍ଟି କରାଯାଉଛି। ମନରେଗା ପ୍ରକଳ୍ପଗୁଡିକୁ ବ୍ଲକସ୍ତରରେ ଉଦ୍ଦେଶ୍ୟମୂଳକ ଭାବେ ଅଟକାଇ ଦିଆଯାଉଛି। ଆଗାମୀ ଜୁନ ୧୪ ତାରିଖ ସୁଦ୍ଧା ମାଟି କାର୍ଯ୍ୟ ସମ୍ପନ୍ନ ହେବା ଶେଷ ଜାଣି ବିଭିନ୍ନ ଆଳ ଦେଖାଇ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କୁକାର୍ଯ୍ୟ କରାଯାଉଛି। ଯେପରିକି ଜନସାଧାରଣଙ୍କ ମନରେ ବିଜେପି ପ୍ରତି ତିକ୍ତତା ସୃଷ୍ଟି ହେବ ଓ ମନରେଗା କାର୍ଯ୍ୟ କରିନଥିବା ମାପକାଠିର ଶିକାର ହୋଇ ଏହି ସବୁ ପଞ୍ଚାୟତ ଅନ୍ୟାନ୍ୟ ପ୍ରକଳ୍ପରୁ ସ୍ୱତଃ ବଞ୍ôଚତ ହେବେ। ଏପରିକି କେତେକ ପ୍ରକଳ୍ପ କୋଡ ବ୍ଲକରେ ବାହାରି ଜିଲ୍ଲାସ୍ତରରେ ଅନୁମୋଦନ ପାଇଲା ପରେ ବ୍ଲକରେ କାଟି ଉଡାଇ ଦିଆଯାଉଛି। ଏହି ସମସ୍ତ ପଞ୍ଚାୟତର ସରପଞ୍ଚମାନେ ଜବକାର୍ଡଧାରୀଙ୍କୁ କାମ ଯୋଗାଇବା ପାଇଁ ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରି ଅପେକ୍ଷାରତ ଅଛନ୍ତି। ଅନ୍ୟାନ୍ୟ ପଞ୍ଚାୟତରେ କାର୍ଯ୍ୟ ଆରମ୍ଭ ହୋଇଛି। ନପଙ୍ଗ ଓ ରହଣିଆ ପଞ୍ଚାୟତର ପିଇଓ ଓ କନିଷ୍ଠ ଯନ୍ତ୍ରୀ ସରପଞ୍ଚମାନଙ୍କୁ କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ବ୍ଲକ ପ୍ରଶାସନ ଶାସକ ଦଳର ହାତବାରିସି ସାଜି ଏଭଳି କୁକାର୍ଯ୍ୟ ଚଳାଇଛନ୍ତି ବୋଲି ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜେପି ନେତା ପଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଡିଓ ଦେବଦତ୍ତ ଦାଶଙ୍କ ଭେଟି ଆଲୋଚନା ସମୟରେ ଦୋଷାରୋପ କରିଥିବା ନେଇ ସୂଚନା ଦିଆଯାଇଛି। ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସରପଞ୍ଚ ସୁବାସିନୀ ନାୟକ, କାଞ୍ଚନବାଳା ପାତ୍ର, ବାସନ୍ତି ଦାସ, ରଞ୍ଜନ ପରିଡା, ସମିତି ସଭ୍ୟ ପ୍ରତାପ ଦ୍ୱିବେଦୀ, ସୁପ୍ରିୟା ସେଠୀଙ୍କ ସମେତ ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦାସ, ଚିନ୍ମୟ ପଟ୍ଟନାୟକ, ଅମୂଲ୍ୟ ସେଠୀ, ସୁଶାନ୍ତ ମହାପାତ୍ର, ତରଣୀ ଯେନା, ମଦନ ସାହୁ, ସୁଶାନ୍ତ ପତି, ଲଳିତ ନାୟକ, ସୁବାସ ପାତ୍ର, ଶିବାନି ଶଙ୍କର ସ୍ୱାଇଁ, ଦେବେନ୍ଦ୍ର ବରାଳ ପ୍ରମୁଖ ଏଭଳି ଆଭିମୁଖ୍ୟ ପରିହାର ପାଇଁ ବିଡିଓଙ୍କୁ ଅନୁରୋଧ କରିଥିଲେ। ବିଡିଓ ଶ୍ରୀ ଦାସ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଆଗାମୀ ମଙ୍ଗଳବାର ସୁଦ୍ଧା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପୂରଣ ନହେଲେ ଆଗାମୀ ବୁଧବାର ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.