Home ଜିଲ୍ଲା ପରିକ୍ରମା ମହୁମାଛି ଆକ୍ରମଣରେ ବହୁଲୋକ ଆହତ; ପ୍ରତିକାର ଦାବି

ମହୁମାଛି ଆକ୍ରମଣରେ ବହୁଲୋକ ଆହତ; ପ୍ରତିକାର ଦାବି

35

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛକରେ ଥିବା ପୁରାତନ ସିରିସି ଗଛର ବିଭିନ୍ନ ଡାଳରେ ବର୍ଷ ବର୍ଷ ଧରି ମହୁ ବସାବାନ୍ଧି ଥିବା ବାଘୁଆ କିସମ ମହୁମାଛି ଆଜି ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସକାଳୁଆ ଅଫିସ ସହ ଶନିବାର ଥିବାରୁ ଶନିମନ୍ଦିରରେ ଭିଡ ଲାଗି ରହିଥିଲା। ଏହି ସମୟରେ ଗଛ ଉପରୁ ମହୁମାଛି ଆସି ଗୋଡାଇ ଗୋଡାଇ ଦଂଶନ କରିଥିଲେ। ଏହି ଘଟଣାରେ ପ୍ରାୟ ୧୫ ଜଣ ଲୋକ ଆହତ ହୋଇଥିବା ବେଳେ ୩ ଜଣ ଚିକିତ୍ସା ପାଇଁ ମେଡିକାଲରେ ଭତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି। ମହୁମାଛି ଦଂଶନ କରିବା ନୂଆ ନୁହେଁ। ପୂର୍ବରୁ ବହୁବାର ମହୁମାଛି ଲୋକଙ୍କୁ ଦଂଶନ କରୁଥିବା ଘଟଣା ଘଟୁଛି। ବନବିଭାଗ ପକ୍ଷରୁ ଏହାର ପ୍ରତିକାର କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.