Home ଓଡ଼ିଶା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

513

ବାଲେଶ୍ଵର,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ଆଜି ବାଲେଶ୍ୱର ବାଲିଆପାଳରେ ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ପୋଲିସର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ବିଜେପି । ତେବେ  ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୬ ତାରିଖରେ ବାଲିଆପାଳ ଥାନା ଅନ୍ତର୍ଗତ ଏକ ଇଡକୋ ଛକ ନିକଟରେ ଥିବା ଏକ ଢ଼ାବାରେ ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରେ ମୃତକ ଜଣକ ଉଲୁଡ଼ା ଗ୍ରାମର ବିଜୟ ଦଳାଇ ବୋଲି ଜଣାପଡ଼ିଥିଲା । ସେ ପ୍ରାୟ ଦୁଇ ବର୍ଷରୁ ଏହି ଢ଼ାବାରେ କାମ କରି ଆସୁଥିଲେ ।

ମାତ୍ର ହଠାତ୍ ଢ଼ାବାରେ ତାଙ୍କର ମୃତଦେହ ଦେଖି ଅନ୍ୟ କର୍ମଚାରୀମାନେ  ତାଙ୍କ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବାଲିଆପାଳ ପୋଲିସ ଏହାର ତଦନ୍ତ ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.