Home କୋରାପୁଟ ମେଡିକାଲ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମେଡିକାଲ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

33

କୋରାପୁଟ ୦୯-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ,୧୩କେଏଲ)ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ(୬୦୦ଏଲପିଏମ)ର ବୁଧୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି ।ଶିଳାନ୍ୟାସ ନିମନ୍ତେ କୋରାପୁଟ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଆୟୋଜନ କରାଯାଇଥିଲା ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଯୋଗଦେଇ କୋରାପୁଟରେ ମେଡିକାଲ ଅକ୍ସିଜେନ ପ୍ଲାଂଟ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣେଇଥିଲେ ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରହୀ , କଲେଜ ଡିନ ପ୍ରଫେସର ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ , ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର , ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅରକ୍ଷିତୟ ସ୍ୱାଇଁ ,ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ଜଗଦୀଶ ବେହେରା , ହସପିଟାଲ ପ୍ରଶାସିକା ମଧୁମିତା ନାୟକ , କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭାବାନୀ ଶଙ୍କର କାଲୋ , କୋରାପୁଟ ପିଡବ୍ଲୁଡି ଡିଭିଜନର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ  କୋରାପୁଟ ଡିଆରଡିଏର ଏପିଡି ହିମାଂଶୁ ଶତପଥି ଏବଂ ଓସ୍ୱାନର ଡିଜିଏମ ମନୋଜ ଦାସ  ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.