Home କେନ୍ଦ୍ରାପଡ଼ା କେଶପୁର ପଂଚାୟତରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

କେଶପୁର ପଂଚାୟତରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

169

କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଓ ବିଡିଓ ସୁଧିର କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କେଶପୁର ଗଡା ଠାରୁ ହାଟପାଟଣା ସାନବନ୍ଧ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଆକାଶୀ, ଝାଉଁ, ଶିଶୁ, ନିମ୍ବ ଓ ରାଧାଚୂଡା ପ୍ରଭୃତି ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେଶପୁର ପଂଚାୟତ ସରପଂଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ଗ୍ରାମରୋଜଗାର ସେବକ ଉପେନ୍ଦ୍ର ବେହେରା, ଅକ୍ଷୟ କୁମାର ପୋଥାଳ, ମଥୁରୀ ସୂତାରଙ୍କ ସମେତ ପଂଚାୟତବାସୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.