Home ଜିଲ୍ଲା ପରିକ୍ରମା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମୀତାଲି ଶ୍ରୀବାସ୍ତବକୁ ଜୀ ଓଡିଶା ପକ୍ଷରୁ ସମ୍ମାନୀତ

ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମୀତାଲି ଶ୍ରୀବାସ୍ତବକୁ ଜୀ ଓଡିଶା ପକ୍ଷରୁ ସମ୍ମାନୀତ

52

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଦ୍ୟୁତିକ ଗଣମାଧ୍ୟମ ଜୀ ଓଡିଶା ତରଫରୁ ବିକାଶ ପଥେ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କଥା ଭଦ୍ରକରୁ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଶହୀଦ ସ୍ମୁତି ଭବନ ପରିସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଚାନ୍ଦବାଲି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ଲୋକପ୍ରିୟ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ବିଜେପି ନେତା ଅଭିମନ୍ୟୁ ସେଠୀ, ଭଦ୍ରକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନଳିନୀ କାନ୍ତ ମହାନ୍ତି, ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଧାମନଗର ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିବିସିସି ବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । ସମାଜରେ ବିଭିନ୍ନ ବର୍ଗରେ କୃତୀତ୍ୱ ଅର୍ଜନ କରିଥିବା ପ୍ରଚଣ୍ଡ ପ୍ରତିଭାଧାରୀଙ୍କୁ ଗଣମାଧ୍ୟମ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୀତାଲି ଶ୍ରୀବାସ୍ତବଙ୍କୁ ତାଙ୍କ ନୀରବଚ୍ଛିନ୍ନ ରୋଗୀସେବା ପାଇଁ ଜୀ ଓଡିଶା ପକ୍ଷରୁ ଉପଢୌକନ , ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ କରୋନା ସମୟରେ ଡାକ୍ତର ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ପରାମର୍ଶ ଓ ଚିକିତ୍ସା ତଥ୍ୟ ସମ୍ବଳିତ ଅଡିଓ ମଧ୍ୟ ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜୀ ଓଡିଶାର ଜିଲ୍ଲା ପ୍ରତିନିଧି ଜଗବନ୍ଧୁ ବେହେରା ଏବଂ ବିବେକାନନ୍ଦ ସାମଲ ତଥା ଅନ୍ୟ କର୍ମଚାରୀମାନେ ସମ୍ପାଦନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.