Home ଜିଲ୍ଲା ପରିକ୍ରମା ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

64

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ ବଳଦେବଜୀଉ ମଣ୍ଡଳର ବିଭିନ୍ନ ପଞ୍ଚାୟତରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଳଦେବଜୀଉ ମନ୍ଦିର ପରିସରରୁ ଅମୃତ ମୃତ୍ତିକା ସଂଗ୍ରହ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ପରେ ରଣଜିତ, ନପଙ୍ଗ, ମାଳଦା ଓ ଷୋଳମପୁର ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ବ୍ୟକ୍ତି, ସେନା ବାହିନୀରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଯବାନ, ବିଭିନ୍ନ ପୀଠ, ଷୋଳମପୁରସ୍ଥିତ ବୌଦ୍ଧ ବିହାର ପରିସରରୁ ମୃତ୍ତିକା ସଂଗ୍ରହ କରାଯାଇଥିଲା । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା କ୍ଷେତ୍ର ନେତା ବଦ୍ରୀନାରାୟଣ ଧଳ, ବଳଦେବଜୀଉ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ସାଧାରଣ ସଂପାଦକ ସୁରେଶ ପତି, ଅମୂଲ୍ୟ ସେଠୀ, ସରପଞ୍ଚ ରଂଜନ ପରିଡା, ଯୁବମୋର୍ଚ୍ଚା ସଭାପତି ଶିବାନୀ ଶଙ୍କର ସ୍ୱାଇଁ, ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ଜିଲା ସଂପାଦିକା ତପସ୍ୱିନୀ ମହାପାତ୍ର, ଅଜୟ ରାଉତ, ବିକାଶ ନାୟକ, ଜଗନ୍ନାଥ ଦାସ, ସତ୍ୟଜିତ୍ ପାଣିଗ୍ରାହୀ, ସ୍ୱର୍ଣ୍ଣଲତା ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ମୃତ୍ତିକା ସଂଗ୍ରହ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.